Advertisment

ଗାଡ଼ି ଅଟକାଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Attack On District Council Member Of Ganjam

Attack On District Council Member Of Ganjam

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃୃତ୍ତଙ୍କ ଆକ୍ରମଣରେ ଗଙ୍ଗପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ଗତକାଲି ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଗଙ୍ଗପାଣି ବୁଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରୁ ବାଇକ୍‌ରେ ତାଳସାକର ଯାଉଥିବା ବେଳେ ବୁରୁଝୋଳା ଛକ ନିକଟରେ ୩ରୁ ୪ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ଏହାପରେ ତାଙ୍କ ଉପରେ  ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଗଙ୍ଗପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଆକ୍ରମଣ କରିଥିବା ଯୁବକମାନେ କିଏ ? କ’ଣ ପାଇଁ ସେମାନେ ଗଙ୍ଗପାଣିଙ୍କ ଉପରକୁ ଆକ୍ରମଣ କଲେ ? ଆକ୍ରମଣ ପଛରେ ଆଉ କେଉଁ କେଉଁମାନେ ଅଛନ୍ତି, ତାହା ଜଣାଡ଼ି ନାହିଁ।  ବୁଗୁଡ଼ା ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

ସୂଚନାଥାଉ କି, ଚଳିତ ନିର୍ବାଚନରେ ଗଙ୍ଗପାଣି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ।

BJD District Council Member
Advertisment
Advertisment