Advertisment

ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌: ଭିଡିଓ କରି କାହାକୁ ପଠାଉଥିଲେ ଛାତ୍ରୀ ? ପୋଲିସ୍‌ କହିଲା ଏମିତି...

ପୋଲିସ୍‌ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍‌ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍‌ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chandigarh University Viral Video

Girls' Hostel Videos Leaked

ପଞ୍ଜାବର ମାହୋଲ ସ୍ଥିତ ଚଣ୍ଡୀଗଡ଼ ୟୁନିଭର୍ସିଟି ହଷ୍ଟେଲ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌ ଘଟଣା ଜଣାପଡ଼ିବା ପରେ ହଙ୍ଗାମା ଆରମ୍ଭ ହୋଇଯାଇଛି। ଏନେଇ ଗତକାଲି ଛାତ୍ରୀମାନେ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ପୋଲିସ୍‌ ଘଟଣାର ତଦନ୍ତ କରି ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ଏସବୁ ଭିତରେ ମୋହାଲି SP ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପଚରାଉଚରା ବେଳେ ଅଭିଯୁକ୍ତ ଛାତ୍ରୀ କହିଛନ୍ତି ଯେ, ସେ ଅନ୍ୟ କୌଣସି ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରି ନାହାନ୍ତି। ସେ କେବଳ ନିଜର ଭିଡିଓ ହିଁ ରେକର୍ଡିଂ କରି ପଠାଇଥିଲେ।’ ଫୋରେନସିକ୍‌ ଯାଞ୍ଚ ଲାଗି ଗିରଫ ଛାତ୍ରୀଙ୍କ ମୋବାଇଲ ପଠା ଯାଇଛି।

Advertisment

ପୋଲିସ୍‌ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍‌ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍‌ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ଛାତ୍ରୀ ଜଣକ ଭିଡିଓ କରି ଶିମ୍‌ଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖକୁ ପଠାଉଥିଲେ। ଏନେଇ ମଧ୍ୟ ଯାଞ୍ଚ ଚାଲିଛି। କ’ଣ ପାଇଁ ଏଠାକୁ ଭିଡିଓ ପଠା ଯାଉଥିଲା, ସେନେଇ ମଧ୍ୟ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ପୋଲିସ୍‌ର ଖଣ୍ଡନ....

ଭିଡିଓ ଭାଇରାଲ୍‌ ଜଣାପଡ଼ିବା ପରେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାକୁ SP ଖଣ୍ଡନ କରିଛନ୍ତି। କୌଣସି ଆତ୍ମହତ୍ୟା ଉଦ୍ୟମ ମାମଲା ଆମ ନଜରକୁ ଆସି ନାହିଁ ବୋଲି ମୋହାଲି ଏସ୍‌ପି କହିଛନ୍ତି। ଏହି ମାମଲାରେ FIR ରୁଜୁ କରାଯାଇଛି। ସୂଚନାଥାଉ କି, ଗତକାଲି ସନ୍ଧ୍ୟାରେ ଛାତ୍ରୀମାନେ ହଙ୍ଗାମା କରିଥିଲେ। ସେମାନଙ୍କର ଅଭିଯୋଗ ଥିଲା, ଜଣେ ଛାତ୍ରୀ ସେମାନଙ୍କର ଗାଧୋଇବା ବେଳର ଭିଡିଓ କରି ଏହାକୁ ଭାଇରାଲ୍‌ କରିଛନ୍ତି। 

Advertisment

ଛାତ୍ରୀ ହସ୍ପିଟାଲ୍‌ରେ ଭର୍ତ୍ତି...

କୁହାଯାଉଛି ଯେ, ଏହି ଘଟଣା ପରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ଏନେଇ ପୋଲିସ୍‌ କହିଛି ଯେ, ସୋସିଆଲ୍‌ ମିଡିଆରେ କେବଳ ଗୁଜବ ପ୍ରଚାର କରାଯାଉଛି।ବିଶ୍ୱବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧିକାରୀ ମଧ୍ୟ କହିଛନ୍ତି ଯେ, କୌଣସି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ନାହାନ୍ତି। କେବଳ ଜଣେ ଛାତ୍ରୀ ବେହୋସ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ....

ଚଣ୍ଡୀଗଡ଼ ୟୁନିଭର୍ସିଟିରେ ଛାତ୍ରୀଙ୍କ ବ୍ୟକ୍ତିଗତ ଭିଡ଼ିଓ ଭାଇରାଲ୍‌ ଘଟଣାର ତଦନ୍ତ ହେବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତି ଓ ଆଜି ସକାଳୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀମାନେ ଜୋରଦାର ବିକ୍ଷୋଭ ଓ ଆନ୍ଦୋଳନ କରିଛନ୍ତି। ଆଜି ସକାଳେ ମୋହାଲି ଏସ୍‌ପି ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏନେଇ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଛାତ୍ରୀକୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତଦନ୍ତରୁ କେବଳ ଅଭିଯୁକ୍ତ ଛାତ୍ରୀ ଜଣଙ୍କର ଭିଡିଓ ରହିଛି। ସେ ଅନ୍ୟ କାହାର ଭିଡିଓ ରେକର୍ଡ କରିନଥିବା ମୋହାଲି ଏସ୍‌ପି ସ୍ପଷ୍ଟ କରିଛନ୍ତି।

Viral Video Protest In Chandigarh University Girls Hostel Video Leaked Chandigarh University Chandigarh University Row
Advertisment
Advertisment