Advertisment

ଲଜ୍‌ରୁ ଟଙ୍କା ଜବତ ଘଟଣା: ଆକ୍ସନ୍‌ ମୋଡ୍‌ରେ ବଲାଙ୍ଗିର ଏସ୍‌ପି, SDPOଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଲଜ୍‌ରେ ଚଢ଼ାଉ କରିଥିବା ସ୍କ୍ୱାଡ୍‌ର ସବୁ ସଦସ୍ୟଙ୍କୁ ଏସ୍‌ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।

author-image
Rajalaxmi Sahoo
Cash Seized From Lodge: Bolangir SP In Action Mood

Cash Seized From Lodge: Bolangir SP In Action Mood

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ଏକ ଲଜ୍‌ରୁ ପୋଲିସର ଟଙ୍କା ଜବତ ଘଟଣାକୁ ନେଇ ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକର ଏବେ ଆକ୍ସନ ମୋଡ୍‌ରେ। SDPO ହୃଷିକେଶ ମେହେରଙ୍କୁ ଏସ୍‌ପି କଡ଼ା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। କୌଣସି ଅପରାଧଜନିତ ଘଟଣାର ତଦନ୍ତ ନ କରିବା ଏବଂ ହସ୍ତକ୍ଷେପ ନକରିବାକୁ SDPO ହୃଷିକେଶଙ୍କୁ ଏସ୍‌ପି  ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Advertisment

ଲଜ୍‌ରେ ଚଢ଼ାଉ କରିଥିବା ସ୍କ୍ୱାଡ୍‌ର ସବୁ ସଦସ୍ୟଙ୍କୁ ଏସ୍‌ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଓଟିଭିରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା। ଏହାପରେ ବଲାଙ୍ଗିର ଏସ୍‌ପି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ।

ଅନ୍ନପୂର୍ଣ୍ଣା ଲଜ୍‌ରୁ ପୋଲିସର ଟଙ୍କା ଜବତ ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଜବତ ଟଙ୍କାଠାରୁ ଆହୁରି ଅଧିକ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍‌ପି ସ୍ପଷ୍ଟ କରିଥିଲେ। ଲଜ୍‌ରୁ ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ନେଇ ପ୍ରଥମେ ଖବର ପ୍ରସାରଣ ହୋଇଥିଲା। ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। 

Advertisment

ସୂଚନାଥାଉ କି, ଗତ ୧୫ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ଅନ୍ନପୂର୍ଣ୍ଣା ଲଜ୍‌ରେ ପୋଲିସ୍‌ ରେଡ୍‌ କରିଥିଲା। ଏହି ସମୟରେ ତେଲେଙ୍ଗାନାର ୭ ଜଣ ବ୍ୟକ୍ତିଙ୍କୁ ପୋଲିସ୍‌ ଧରିଥିଲା। ଏହାସହ  ୫୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ୍‌ ଜବତ କରିଥିବା ଖବର ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା, ପୋଲିସ୍‌ ହାତରେ ଧରାପଡ଼ିଥିବା ଏହି ୭ ଜଣ ଇଟାଭାଟି ମାଲିକ ଶ୍ରମିକ ଚାଲାଣ ପାଇଁ ଏଠାକୁ ଆସିଛନ୍ତି। 

Cash Seized Cash Seized From Lodge Raid In Lodge
Advertisment
Advertisment