Advertisment

ଚୁନା ହେଲା ଲେଡି ଡନ୍‌ ରଞ୍ଜୁ ଘର

ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Lady Don Ranju’s House Demolition at Narayani Slum Of Bhubaneswar

Lady Don Ranju’s House Demolition at Narayani Slum Of Bhubaneswar

ଭାଙ୍ଗିଲା ଲେଡି ଡ୍ରଗ୍ସ ମାଫିଆର ଘର। ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି। 

Advertisment

ସୂଚନାଥାଉ କି,  ଭୁବନେଶ୍ୱର ୟୁନିଟ-୮ ପି ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ରଞ୍ଜୁ। ଏହି ମାମଲାରେ ରଞ୍ଜୁ ଓ ତା’ ସହଯୋଗୀ କାହ୍ନାକୁ ପୋଲିସ୍‌ ଗିରଫ କରିଥିଲା। ସରକାରୀ ଜାଗାରେ ବେଆଇନ୍‌ ଭାବେ ଘର ତିଆରି କରି ରଞ୍ଜୁ ନିଶା କାରବାର ଚଳାଇ ଥିଲା। ଫଳରେ ପୋଲିସ୍‌ ତା’ ଘର ଭାଙ୍ଗିଛି।

ଗତ ୯ ତାରିଖରେ ନିଶା ବେପାରକୁ କେନ୍ଦ୍ର କରି ଲେଡି ନିଶା ମାଫିଆ ରଞ୍ଜୁ ଓ ତାର ସହଯୋଗୀ କାହ୍ନା, ସୁବ୍ରତଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ କେରଳ ଖସିଯିବାକୁ ପ୍ଲାନ କରିବାବେଳେ ଉଭୟଙ୍କୁ ଗଞ୍ଜାମରୁ ପୋଲିସ୍‌ ଗିରଫ କରିଥିଲା। ପୂର୍ବରୁ ମଧ୍ୟ ନିଶା କାରବାର ନେଇ ରଞ୍ଜୁ ଦୁଇ ଦୁଇ ଥର ଜେଲ୍‌ ଯାଇଥିଲା। 

Advertisment
Lady Don Ranju Lady Don Ranju House Demolition
Advertisment
Advertisment