Advertisment

Flipkart Sale: ଶସ୍ତାରେ କିଣିପାରିବେ ଏହି ଦମ୍‌ଦାର୍‌ ସ୍ମାର୍ଟଫୋନ୍‌; ୬,୦୦୦ ଟଙ୍କାର ଡିସ୍‌କାଉଣ୍ଟ

Xiaomi 11i ସିରିଜ୍‌ ଡିଭାଇସେସ୍‌ ୧୮,୯୯୯ ଟଙ୍କାରେ ଉପଲ୍ଲବ୍ଧ ହୋଇଛି। ଏହି ମୂଲ୍ୟରେ ମିଳୁଥିବା ଫୋନ୍‌କୁ ଆପଣ ସେପ୍ଟେମ୍ବର ୨୩ରେ ଆରମ୍ଭ ହେବାକୁ ଥିବା ସେଲ୍‌ରେ କିଣିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Flipkart Sale Discount On Xiaomi 11i Series

Flipkart Sale Discount On Xiaomi 11i Series

ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ Flipkart Saleରେ ଆପଣ ଅନେକ ଆକର୍ଷଣୀୟ ଅଫରରେ ନୂଆ ସ୍ମାର୍ଟଫୋନ୍‌ କିଣିପାରିବେ। ଚଳିତ ବର୍ଷ ପ୍ରାରମ୍ଭରେ Xiaomi ଏହାର Xiaomi 11i ସିରିଜ୍‌ ଲଞ୍ଚ୍‌ କରିଥିଲା। ଏହି ସିରିଜ୍‌ରେ ଆପଣ ୨ଟି ସ୍ମାର୍ଟଫୋନ୍‌ ଯଥା-  Xiaomi 11i ଓ Xiaomi 11i Hypercharge ଫୋନ୍‌ ପାଇପାରିବେ। Hypercharge ଭାରିଆଣ୍ଟ୍‌ରେ ଆପଣଙ୍କୁ 120W ଚାର୍ଜିଂ ସପୋର୍ଟ ମିଳିବ। ତେବେ Xiaomi 11i ସିରିଜ୍‌କୁ ଆପଣ ଜବରଦସ୍ତ ଡିସ୍‌କାଉଣ୍ଟରେ କିଣିପାରିବେ। 

Advertisment

Flipkart ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌(Flipkart Big Billion Days Sale) ଓ Xiaomi ଦିୱାଲୀ ୱିଥ୍‌ ମି ସେଲ୍‌(Xiaomi Diwali With Mi Sale)ରେ ଆକର୍ଷଣୀୟ ଡିସ୍‌କାଉଣ୍ଟରେ Xiaomi 11i ସିରିଜ୍‌ ଫୋନ୍‌ କିଣିପାରିବେ। ଏହି ସ୍ମାର୍ଟଫୋନ୍‌ ସିରିଜ୍‌କୁ ଆପଣ ମାତ୍ର ୧୮,୯୯୯ ଟଙ୍କାରେ କିଣିପାରିବେ। 

ଜାଣନ୍ତୁ, କ’ଣ ରହିଛି ଅଫର୍‌...

Xiaomi 11i ସିରିଜ୍‌ ଡିଭାଇସେସ୍‌ ୧୮,୯୯୯ ଟଙ୍କାରେ ଉପଲ୍ଲବ୍ଧ ହୋଇଛି। ଏହି ମୂଲ୍ୟରେ ମିଳୁଥିବା ଫୋନ୍‌କୁ ଆପଣ ସେପ୍ଟେମ୍ବର ୨୩ରେ ଆରମ୍ଭ ହେବାକୁ ଥିବା ସେଲ୍‌ରେ କିଣିପାରିବେ। ଅର୍ଥାତ୍‌ ଆପଣଙ୍କୁ  Xiaomi 11i ଫୋନ୍‌ ଉପରେ ଆପଣଙ୍କୁ ୬,୦୦୦ ଟଙ୍କାର ଡିସ୍‌କାଉଣ୍ଟ ମିଳିବ। ଏହାର 6GB RAM + 128GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଦାମ୍‌ ୨୪,୯୯୯ ଟଙ୍କା ଥିବାବେଳେ 8GB RAM + 128GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଦାମ୍‌ ୨୬,୯୯୯ ଟଙ୍କା ରହିଛି। 

Advertisment

ସେହିପରି Xiaomi 11i Hyperchargeର 6GB RAM + 128GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଦାମ୍‌୨୬,୯୯୯ ଟଙ୍କା ଓ 8GB RAM + 128GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଦାମ୍‌ ୨୮,୯୯୯ ଟଙ୍କାରେ ଆପଣ କିଣିପାରିବେ।

Xiaomi ସ୍ମାର୍ଟଫୋନ୍‌ର ଫିଚର୍ସ...

  • Xiaomi 11i ଓ Xiaomi 11i Hypercharge ଉଭୟ ଫୋନ୍‌ରେ ୬.୬୭ ଇଞ୍ଚ୍‌ର AMOLED ସ୍କ୍ରିନ୍‌ ରହିଛି। ଯେଉଁଥିରେ Full HD+Resolution ରହିଛି।
  • ଡିସ୍‌ପ୍ଲେ 120Hz ରିଫ୍ରେଶ୍‌ ରେଟ୍‌ ସପୋର୍ଟ କରୁଥିବା ବେଳେ ଏହାର ସୁରକ୍ଷା ପାଇଁ ଗୋରିଲ୍ଲା ଗ୍ଲାସ୍‌ ୫ ଲଗାଯାଇଛି
  • ସ୍ମାର୍ଟଫୋନ୍‌ରେ  MediaTek Dimensity 920 ପ୍ରୋସେସର ରହିଛି। ଯେଉଁଥିରେ  Mali G68 GPU ଓ 8GB ପର୍ଯ୍ୟନ୍ତ RAM ରହିଛି।
  • Xiaomiର ଉଭୟ ସ୍ମାର୍ଟଫୋନ୍‌ରେ ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି। ଏଥିରେ ଆପଣ 108MPର ମେନ୍‌ ଲେନ୍ସ, 8MPର ଅଲ୍‌ଟ୍ରା ୱାଇଡ୍‌ ଏଙ୍ଗେଲ୍‌ ଲେନ୍ସ ଓ 2MPର ମାକ୍ରୋ ଲେନ୍ସ ପାଇପାରିବେ। ଫ୍ରଣ୍ଟ୍‌ରେ ଆପଣ 16MPର ସେଲ୍‌ଫି କ୍ୟାମେରା ପାଇପାରିବେ।
  • Xiaomi 11iରେ 5160mAhର ବ୍ୟାଟେରୀ ରହିଛି। ଯାହାକି 67Wର ଫାଷ୍ଟ୍‌ ଚାର୍ଜିଂକୁ ସପୋର୍ଟ କରୁଛି
  • ସେହିପରି Xiaomi 11i HyperChargeରେ 4500mAh ବ୍ୟାଟେରୀ ରହିଛି ଓ ଏହା 120Wର ଫାଷ୍ଟ୍‌ ଚାର୍ଜିଂକୁ ସପୋର୍ଟ କରୁଛି

(ବି.ଦ୍ର- ଫୋନ୍‌ କିଣିବା ପୂର୍ବରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ଡିସ୍‌କାଉଣ୍ଟର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା-Aaj Takର ରିପୋର୍ଟରୁ ଏହା ଉଦ୍ଧୃତ। ଏଥିପାଇଁ ଆମେ ଦାୟୀ ନୁହେଁ।)

Xiaomi Flipkart Sale Xiaomi Smartphones Discount On Xiaomi Phone Xiaomi 11i Xiaomi 11i Hypercharge
Advertisment
Advertisment