ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨-୩ ଦିନ ହେଲା ରାଜ୍ୟର ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ବଲାଙ୍ଗିର,ସମ୍ବଲପୁର, ଝାରସୁଗୁଡା, ଟିଟିଲାଗଡ଼ ଭଳି ସ୍ଥାନରେ ପାରଦ ୪୪ରୁ...
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ଟ୍ରକ୍ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ଟି ଭଦ୍ରକ ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାପରେ ଟ୍ରକ୍ରୁ...
ବଲାଙ୍ଗିର: ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନର ପ୍ଲାଟ୍ଫର୍ମ ନମ୍ବର ୧ର ପଛପଟେ ଥିବା ଏକ ଶାଗୁଆନ ଗଛରୁ ଏହି ମୃତଦେହକୁ ଜିଆର୍ପି ପୁଲିସ୍ ଉଦ୍ଧାର କରିଛି। ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ିଛି। କାହିଁକି ନା ତାଙ୍କ...
ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ। ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍...
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ତାଙ୍କ ବୟସ ୧୪ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ...
କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୧୩ ନମ୍ବର ଜୋନ୍ରେ ବିଜେପି ଓ ବିଜୟ ସେନାର କର୍ମୀ ଜନମତାଧିକାର ଯାତ୍ରା କରିଛନ୍ତି। ତିନି ମୁହାଣୀ ରାମମନ୍ଦିର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ତାହା ଗୁଆଳସିଂ, କୋଶିଆପଳ, ଠାକୁର ପାଟଣାରେ ଶେଷ ହୋଇଥିଲା। ବାତ୍ୟା ‘ଫୋନି’ ବାହାନାରେ...
ଖୋର୍ଦ୍ଧା: ବାତ୍ୟା ‘ଫୋନି’ ପରେ ଏବେ ମାଛି ଆତଙ୍କ। ମାଛି ଉପଦ୍ରବରେ ଗତ ୭ରୁ ୮ ଦିନ ହେଲା ଲୋକେ ଖାଇ-ଶୋଇ ପାରୁ ନାହାନ୍ତି। ଖାଦ୍ୟଠାରୁ ପାଣି ପର୍ଯ୍ୟନ୍ତ ସବୁଥିରେ ମାଛିଙ୍କ ଉତ୍ପାତ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।...
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଫୁଲ୍ଲ କୁମାର ମାଝୀ। ଘରକୁ ଫେରୁଥିବା ବେଳେ ଗରଡ଼ି ଛକରେ ଚୋରା କାଠ ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳଡିହା ସଂରକ୍ଷିତ ଜଙ୍ଗଲରେ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ଟିମ୍ ପ୍ରଥମେ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୧୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଏବେବି ସ୍ୱାଭାବିକ ଅବସ୍ଥା ଫେରି ନାହିଁ। ସବୁ ଅଞ୍ଚଳକୁ ବିଦ୍ୟୁତ୍କୁ ସଂଯୋଗ ହୋଇନଥିବା ବେଳେ ଏସବୁକୁ ନେଇ ଲୋକେ ଧୈର୍ଯ୍ୟ ହରା ହୋଇଗଲେଣି। ଯେଉଁ ଅଞ୍ଚଳରେ ବିଦ୍ୟୁତ୍ ଆସିନାହିଁ, ସେଠାକାର...
ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦ୍ୱାଦଶ ସିଜିନ୍ରେ ଚାମ୍ପିଅନ୍ ହୋଇଛି। ଏକ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍କୁ ୧ ରନ୍ରେ ହରାଇ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ୍ ଚତୁର୍ଥ ଥର ପାଇଁ ଟାଇଟଲ୍ ଦଖଲ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮...