ପୁରୀ: ‘ଫୋନି’ ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି। ଗତ ୩ ତାରିଖରେ ଆସିଥିବା...
ନୟାଗଡ଼: ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବଡ଼ଧଡ଼ା ଗାଁରେ ଏହି ଘଟଣା ଘଟିଛି। ତାଙ୍କ ନାଁ ଜିତୁ ନାୟକ। ତାଙ୍କ ଘର କୋରଡ଼ା ଗାଁରେ। କେହି ଦୁର୍ବୁତ୍ତ ଜିତୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।...
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ରେଲୱେ ଷ୍ଟେସନ୍ରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ...
ପାରାଦୀପ: ପାରାଦୀପ ସ୍ଥିତ କୁଜଙ୍ଗ ଥାନା ଅନ୍ତର୍ଗତ ମାଳହୁଙ୍କା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ମାଛ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଗତରାତିରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏଥିରେ ଲକ୍ଷାଧିକ...
କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ରେଜଲ୍ଟକୁ ନିର୍ଭୁଲ୍ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି ବୋଲି ହାଜରା କହିଛନ୍ତି। ତେବେ କେତେ ତାରିଖରେ ମାଟ୍ରିକ୍ ରେଜଲ୍ଟ ବାହାରିବ ସେନେଇ ସେ...
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଚଳାଚଳ ବନ୍ଦ ରଖିଥିବା ଜେଟ୍ ଏୟାରୱେଜ୍ କମ୍ପାନୀକୁ ପୁଣିଥରେ ଝଟ୍କା ଲାଗିଛି। କମ୍ପାନୀର ଡେପୁଟି ସିଇଓ ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ୍ ଅଗ୍ରୱାଲ ମଙ୍ଗଳବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ...
ଭୁବନେଶ୍ୱର: ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସୁରତରେ ଥିବା ପ୍ରବାସୀ ଓଡ଼ିଆ ପରିବାର। ସୁରତରେ ରହୁଥିବା ପ୍ରବାସୀ ଓଡିଆ ରିଲିଫ ସାମଗ୍ରୀ ସଂଗ୍ରହ କରି ଟ୍ରେନ୍ରେ ପୁରୀ ପଠାଇଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ପାଣି ବୋତଲ, ଚୁଡ଼ା, ଚିନି ଓ ବିସ୍କୁଟ୍ ପଠାଯାଇଛି। ଓଡ଼ିଶାଠାରୁ...
ସୋନପୁର: ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ଗୁରୁତର ଶିଶୁକନ୍ୟା ପଞ୍ଚାନନ ମହାକୁରଙ୍କ ଝିଅ ପ୍ରୀତିମୟୀ। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରର...
ଭୁବନେଶ୍ୱର: ବାତ୍ୟା ‘ଫୋନି’କୁ ୧୧ ଦିନ ବିତିଲାଣି। ପ୍ରଳୟଙ୍କାରୀ ‘ଫୋନି’ ପ୍ରଭାବରେ ସବୁ କିଛି ଛାରଖାର ହୋଇଯାଇଛି। ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ମତ୍ସ୍ୟଜୀବୀ ପରିବାର ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଅଣଚାଷ ପବନ ଆସି ସେମାନଙ୍କ...
ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏବେବି ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳରେ ବିଦ୍ୟୁତ୍ ଆସିନଥିବା ବେଳେ ରାଜ୍ୟ ସରକାର ଭୁଲ୍ ତଥ୍ୟ ଦେଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛି। ପୁରୀରେ ଟ୍ରକ୍...
ପୁରୀ: ପୁରୀକୁ ଖିନଭିନ୍ କରିଦେଇଛି ବାତ୍ୟା ‘ଫୋନି’। ସଂଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି। ମୋବାଇଲ୍ ଚାଲୁନି କି ଲୋକେ ଟେଲିଭିଜନ ବି ଦେଖିପାରୁ ନାହାନ୍ତି। ଏଭଳି ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଓଟିଭି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ପୁରୀ...