ବୌଦ୍ଧ: ସାଇକେଲରେ ବୁହାହେଲା ଶବ। ଚାରିକାନ୍ଧ ନ ମିଳିବାରୁ ଶ୍ମଶାନକୁ ସାଇକେଲ୍ରେ ଗଲା ଶବ। ଶାଳୀର ମୃତଦେହକୁ ସାଇକେଲ୍ରେ ବୋହି ନେଲେ ଭିଣୋଇ। ବୌଦ୍ଧ ବ୍ଲକ୍ ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲୀ ଗାଁର ଘଟିଛି ଏମିତି ଘଟଣା। ଖବର ମୁତାବକ, ଭିଣୋଇ ଚତୁର୍ଭୁଜ ବଙ୍କ ଦ୍ୱିତୀୟ ବିବାହ ସହ ଅନ୍ୟ...
ପୁରୀ: ପୁରୀ ସଦର ଡାକ୍ତରଖାନାର ଏସ୍ଏନ୍ସିୟୁରେ ନବଜାତ ବଦଳ ଓ ନିଖୋଜ ଅଭିଯୋଗ ଆସିଛି। ଏସ୍ଏନ୍ସିୟୁରେ ଚିକିତ୍ସାଧିନ ଶିଶୁଙ୍କୁ ସ୍ତନ୍ୟପାନ କରିବାକୁ ଯିବା ବେଳେ ନିଜ ଶିଶୁକୁ ମାଆ ପାଇ ନଥିଲେ। ପରେ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଅନ୍ୟଜଣେ ନବଜାତର ବାପା ମଧ୍ୟ ଏସ୍ଏନ୍ସିୟୁରେ...
ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଏନଡିଏ ଆଡ଼କୁ ଢଳୁଛି କି ବିଜେଡି? ଆସାମ୍ NRC ପ୍ରସଙ୍ଗ ବିତର୍କ ପରେ ଅମିତଙ୍କ ମନ୍ତବ୍ୟ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି। ଏହାପୂର୍ବରୁ ଲୋକସଭାରେ ଅନାସ୍ଥା ଆଲୋଚନା ଆଗରୁ ବିଜେଡି ବୟକଟ୍ ପରେ...
ଭୁବନେଶ୍ୱର: କେଉଁଠି ଭାସୁଛି ତ କେଉଁଠି ଶୁଖିଲା ପଡ଼ିଛି ଜମି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଞ୍ଚଳରେ ଅବସ୍ଥା ସଙ୍ଗୀନ୍। ଅନିୟମିତ ଏବଂ ଆବଶ୍ୟକ ପରିମାଣର ବର୍ଷା ନଥିବାରୁ ଧାନ ତଳି ହଳଦିଆ ପଡ଼ିଗଲାଣି ତ କେଉଁଠି ପଡ଼ିଆ ପଡିଛି ଜମି। ସୁନ୍ଦରଗଡ଼ ଜିଲ୍ଲା...
ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଲୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍। ଏହା ସହିତ ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍ରେ ଅଧିକ ଦର୍ଶକଙ୍କ ପାଇଁ...
ପାଟନା: ବିହାର ମୁଙ୍ଗେର ଜିଲ୍ଲାରେ ୧୧୦ ଫୁଟ ଗଭୀର ବୋର୍ୱେଲରେ ଖସି ପଡ଼ିଛି ୩ ବର୍ଷର ଶିଶୁ। ଶିଶୁ କନ୍ୟାକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଝିଅଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି...
ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଫେରାର ହୋଇଯାଇଛି ଜାଲ ନିଯୁକ୍ତିଦାତା। ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଗାଁର ଜୟକୃଷ୍ଣ ବାରିକ। ଜଟଣୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କ...
ନୂଆଦିଲ୍ଲୀ: ନେପାଳୀ ଝିଅମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ବଡ଼ ଧରଣର ରାକେଟ୍କୁ ଧରିଛି ଦିଲ୍ଲୀ ପୁଲିସ। ନେପାଳର ଗରିବ ଝିଅମାନଙ୍କୁ ଚାକିରି ଦେବା ଲୋଭ ଦେଖାଇ ଭାରତ ଅଣାଯାଇଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦେଶ ବାହାରକୁ ଚାଲାଣ କରାଯିବାକୁ ଏକ...
ରାୟଗଡ଼ା: ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କେମିତି ରସାତଳକୁ ଗଲାଣି ତାହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି। ଆମ୍ବୁଲାନସ ନ ଆସିବାରୁ ଜଣେ ମହିଳା ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୬ କିଲୋମିଟର କାନ୍ଧରେ ବୋହି ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା...
ଗଜପତି: ଲଗାଣ ବର୍ଷା ହେଲା, କୋଉଁଠି ବନ୍ୟାରେ ବିଲ ଧୋଇଗଲା ତ କେଉଁଠି ଚାଷ ପାଇଁ ଉପଯୋଗ ପାଣି ମିଳିଲା। ତେବେ ଗଜପତି ଜିଲ୍ଲାର ମୋହନା ଓ ଆର୍ ଉଦୟଗିରି ବ୍ଲକ୍ର ଚାଷୀଙ୍କ ଲାଗି ଏବେ ପାଣି ଚିନ୍ତା ଘାରିଛି। ଲଗାଣ ବର୍ଷା ପରେ ବି ଏହି ଦୁଇ...
ରାୟଗଡ଼ା: ଖେଳକୁଦ ବୟସରେ ରୋଗ ଯନ୍ତ୍ରଣା ଯେମିତି ଜୀବନର ଗତି ବଦଳାଇ ଦେଇଛି। ଜ୍ୱରରେ ଛଟପଟ ହୋଇ ନିଇତି କାନ୍ଦୁଛି ଚାନ୍ଦିନୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ କନ୍ଧବାଲିଯୋଡ଼ି ଗାଁର ସାଢେ ୩ ବର୍ଷର ଝିଅ ଚାନ୍ଦିନୀ ଜାନୀ ମଧୁମେହ ରୋଗରେ ପୀଡ଼ିତ। କେତେବେଳେ ହାତଗୋଡ଼ ବିନ୍ଧୁଛି, ତ...
ନୂଆପଡ଼ା: ମାଓ ସଂଗଠନରୁ ମୁହଁ ଫେରାଇଲେ ମାଓବାଦୀ। ନୂଆପଡ଼ା ଏସପି ସ୍ମିଥ୍ ପରମାରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାଁ ଦୁର୍ବାଦଳ ବରିହା। ସେ ୨୦୦୯ରୁ ବରଗଡ-ବଲାଙ୍ଗିର-ମହାସମୁନ୍ଦ ଡିଭିଜନରେ କାମ କରୁଥିଲେ। ୨୦୦୯ରେ ବରଗଡ଼ ଜିଲ୍ଲା ପଲସଦା ରାସ୍ତା ନିର୍ମାଣ...
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଆଜି ରେପୋ ରେଟ ୨୫ ବେସିସ ପଏଣ୍ଟ ବଢ଼ାଇଛି। ଫଳରେ ରେପୋ ରେଟ ୬.୨୫ରୁ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାଫଳରେ ଏଣିକି ୬.୫ ସୁଧ ହାରରେ ବ୍ୟାଙ୍କ ଗୁଡିକୁ ସୁଧ ଦେବ ଆରବିଆଇ। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ, ଅଟୋ ସମେତ ଅନ୍ୟାନ୍ୟ...
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମୀରପୁର ଅଂଚଳରେ ଥିବା ଏକ ପୁରୁଣା ମନ୍ଦିର ଭିତରକୁ ଜଣେ ବିଧାୟିକା ପଶିବା ଓ ପରେ ଠାକୁର ମାରା ହୋଇଗଲେ କହି ମନ୍ଦିରକୁ ଗଙ୍ଗାଜଳରେ ଶୋଧନ କରାଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ...
ଭୁବନେଶ୍ୱର: ରାଜଧାନୀରେ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିବସ। ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରରେ ଏକ ବାଇକ୍ ରାଲି ଭୁବନେଶ୍ୱର ମାଷ୍ଟାରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ୍ ୮ ଡିଏଭି ସ୍କୁଲ ଛକ...
ନୂଆଦିଲ୍ଲୀ: କ୍ୟାନ୍ସର୍ ସହ ଯୁଝୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିକଟରେ ସୋନାଲିଙ୍କ ନଣଦ ସୃଷ୍ଟି ଆର୍ଯ୍ୟ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ,ସୋନାଲି ମାନସିକ ଭାବେ ଦୃଢ଼ ଅଛନ୍ତି ଓ ସୋନାଲି ସାହସର ସହ କ୍ୟାନ୍ସର୍ର ମୁକାବିଲା କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ସ୍ୱାମୀ...
ଭୁବନେଶ୍ୱର : ଅାଜି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲିଛି ଉଚ୍ଛେଦ ଅଭିଯାନ। ଅାଇଆର୍ସି ଭିଲେଜ ଅଞ୍ଚଳର ଏନ୍ଏଚ୍ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। NH କଡ଼ରେ ସ୍ୱେରେଜକୁ ଅନେକ ଲୋକ ଜବର ଦଖଲ କରିଥିଲେ। ଅାଜି ବିଏମ୍ସି, ବିଡିଏ ଓ NHAI ପକ୍ଷରୁ...
ଭୁବନେଶ୍ୱର : ଟିଟୋ ଲିଙ୍କ୍ରେ STF ଅାଉ ଜଣଙ୍କୁ ଗିରଫ କରିଛି। ତା ନାଁ ଶେଖ୍ ଅାସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିରେ ମାଛକୁ ଏସ୍ଟିଏଫ୍ ଗିରଫ କରିଥିଲା। ସେପଟେ ଟିଟୋକୁ ଅାଉ ଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।...
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ। ଅାଜି IOCLର ୫ ଜଣ ଅଧିକାରୀ STFଙ୍କ ନିକଟରେ ହାଜର ହୋଇଛନ୍ତି। ଟିଟୋକୁ ପେଟ୍ରୋଲ ପମ୍ପ ଅାବଣ୍ଟନ ମାମଲାରେ ସେମାନେ ହାଜର ହୋଇଥିବା କୁହାଯାଉଛି। STFରୁ ଫେରିଲା ପରେ IOCL ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ପାଇପ୍ ଲାଇନ୍ ବିଛାଇବା କାମରେ...
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣ ଘଟି ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଗତ ୬ ଦିନରେ ୮୫କୁ ଛୁଇଁଲାଣି...