ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ା ଛକ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣଙ୍କୁ ସ୍ଥାନୀୟ...
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍ବୁଲ୍’ ରଖାଯାଇଛି। ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବାତ୍ୟା ‘ବୁଲ୍ବୁଲ୍’ ଏବେ ପାରାଦୀପ ଠାରୁ ୭୭୦ କିଲୋମିଟର ଦୂରରେ...
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ...
ଭୁବନେଶ୍ୱର: ଓଡ଼ିଶା କୁଇନ୍-୨୦୧୯ର ଚାରି ପର୍ଯ୍ୟାୟରେ ଅଡିସନ୍ ପରେ ମୋଟ୍ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ,...
ବାଙ୍କୀ: କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳରୁ ଗତ ୩ ତାରିଖରୁ ଅପହୃତା ଜଣେ ଯୁବତୀଙ୍କୁ ଗତକାଲି ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପହରଣକାରୀମାନେ ସମ୍ପୃକ୍ତ ଯୁବତୀଙ୍କୁ ସୁରଟ ନେବାକୁ ଯୋଜନା କରିବା ପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ...
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତାରପୁର ନିକଟସ୍ଥ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହୀନି ଓ ଉଦ୍ଧାରକାରୀ ଦଳ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର...
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ୍ଆର୍ସି ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ‘ଭାରତୀୟ ପାଣିପାଗ ବିଭାଗର ଆଜି ସକାଳର ତଥ୍ୟ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ସକାଳ ସାଢ଼େ ୫ଟା ବେଳେ ଏହା...
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ୱେଲ୍ ମାର୍କଡ୍ ଲୋ’ ପ୍ରେସର ଆଜି ସକାଳ ସାଢ଼େ ୫ଟାରେ ଅବପାତରେ ପରିଣତ ହୋଇଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟତଃ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି। କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ଏହା...
ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟସ୍ଥ ମହାନଦୀ ପଠାରୁ ନିଖୋଜ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାହାଡ଼ାପଦ ଗାଁର ନିମାଇଁ ଚରଣ ମହାପାତ୍ର। ସେ ସିଂହନାଥପୁର ୟୁଜିଏମ୍ଇ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଗତ ତିନିଦିନ ତଳେ ନିମାଇଁ ନିଖୋଜ...
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ପ୍ରଳୟଙ୍କରୀ ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଏବେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖାଯାଇଛି ଯେ ଏହା ଘଣ୍ଟାପ୍ରତି ୭ କି.ମି....
ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଛି। ତେବେ ସମସ୍ତ ୬ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମତ୍ସଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋର...
ଭୁବନେଶ୍ୱର: ଓଡ଼ିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟ୍ରେ ଧରାପଡ଼ିଛନ୍ତି। ଏନେଇ ୪ ବର୍ଷ ପାଇଁ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ନାଡା ପକ୍ଷରୁ ଏହି ସୂଚନା ଦିଆଯାଇଛି। ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ...
ବ୍ରହ୍ମପୁର: ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା...
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଏବେ ଏହା ୱେଲ୍ ମାର୍କଡ୍ ଲୋ’ ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି।...
ରାଉରକେଲା: ଭୁଲ୍ ଇଞ୍ଜେକ୍ସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ। ଭୁଲ୍ ଇଞ୍ଜେକ୍ସନ ଦେବାରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୃତକ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି। ମୃତକ ଯୋଶେଫ୍ ୨୦୧୭ ମସିହାରେ...
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ...
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଛନ୍ତି। ଏହାସହ ୫ ଅଧିକାରୀଙ୍କ ପେନ୍ସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମସ୍ତ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବା...
ପୁରୀ: ବାତ୍ୟା ‘ଫୋନି’ର ୬ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଯାହାକୁ ନେଇ ଶତାଧିକ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯାଇ ପହଞ୍ଚିଥିଲେ। ଘଟଣା ଘଟିଛି ପୁରୀ ଜିଲ୍ଲାରେ। ‘ଫୋନି’ରେ ପ୍ରଭାବିତ ପ୍ରକୃତ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନଥିବା ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି...
ଯାଜପୁର(ଗୁଲାମ ଗସ୍): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖି ପିଲାଙ୍କୁ ବଞ୍ଚାଇବାକୁ ଯାଇ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଗଲେ ଜଣେ ମହିଳା। ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମକ ଜଣେ...