ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ମଳ ତ୍ୟାଗ କରିବା। ବାହାରେ ମଳ ତ୍ୟାଗ କରିବା ଯୋଗୁ ୨୪ଟି ପରିବାରର ରାସନ୍ ସାମଗ୍ରୀ ବନ୍ଦ କରି ଦିଆଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଗୌତମୀ ପଞ୍ଚାୟତରେ। ଗାଁରେ ବାହ୍ୟ ମଳ ତ୍ୟାଗ କରିବାକୁ ପୂର୍ବରୁ ମନା କରାଯାଇଥିଲା।...
ବାରିପଦା(ମାଣିକ ଲାଲ୍ ପାଣି): ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବର୍ଷା ଯୋଗୁ ଜୁନ୍ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି। ସେହିପରି ଯଶିପୁର...
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ମାଛ ଧରା ହୋଇଛି। ମାଛଟି ଦେଖିବାକୁ ଅଧିକ ଲମ୍ବା ହୋଇଥିବାବେଳେ ଏହାର ମୁହଁ ଥଣ୍ଟ ଆକୃତିର। ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି। ଆଜି ସକାଳେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବାବେଳେ ଏହି ବିରଳ ପ୍ରଜାତିର...
ଯାଜପୁର : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ନିଜକୁ ଅସୁରକ୍ଷିତ ମଣିଛନ୍ତି ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି, ‘ ଝିଅକୁ ହତ୍ୟା କରିଦେବା ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ପୁଅମାନେ ବାହାରେ ରହୁଛନ୍ତି। ତେଣୁ ମୁଁ...
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ...
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍ ଜବତ ହୋଇଛି। ଆଜି ସକାଳେ ଟର୍ମିନାଲ୍ ୩ ରୁ ଏହି ବ୍ୟାଗ୍ ଜବତ ହୋଇଥିଲା। ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୩ଟା ବେଳେ ଟର୍ମିନାଲ୍ ୩ରେ ଏହି...
ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି। ରନ୍ୱେର ରି–କାର୍ପେଟିଂ ଯୋଗୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର...
ପାରାଦୀପ: ପାରାଦୀପର ନିଷିଦ୍ଧାଞ୍ଚଳ ଆଇରନ୍ ପ୍ଲଟ୍ରେ ଆଇରନ୍ ଅନ୍ଲୋଡ୍ ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଚାଟମୁଣ୍ଡୁଳି ଗାଁର ଗନ୍ଧର୍ବ ଗୌଡ଼। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକଙ୍କ...
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ FIH ହକି ଅଲିମ୍ପିକ୍ କ୍ୱାଲିଫାଏର୍ ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍...
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ‘ଯେଉଁମାନେ ଦଳ ବିରୋଧରେ ମେଳି କରୁଛନ୍ତି ସେମାନେ ସିଧା ଯାଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ଦେଖା କରନ୍ତୁ।’ ସେହିପରି ନୂତନ...
ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବର୍ଷିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ମାମଲାରୁ ଖସାଇ ଦେବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେମାନେ ସରକାରୀ ଦଳର ଲୋକେ।...
ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ)...
ପୁରୀ: ମହଙ୍ଗା ପଡ଼ିଲା ଶ୍ରୀମନ୍ଦିର ଭିତରେ ଟିକ୍ଟକ୍ କରିବା। କିଛି ଦିନ ତଳେ ଶ୍ରୀମନ୍ଦିର ବେଢ଼ା ଭିତର ଦୃଶ୍ୟ ଟିକ୍ଟକ୍ରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ସିଂହଦ୍ୱାର ଥାନା ପୁଲିସ୍ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ତାଙ୍କ ଘର ନିମାପଡ଼ାରେ। ସମ୍ପୃକ୍ତ ନାବାଳିକାଙ୍କୁ ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି।...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର 5T ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନ ଥିଲା କି ? ’ ସେ ଆହୁରି...
ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ...
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭୁଜବଲ ପରାଭୁଏ। ତାଙ୍କ ଘର ତୁରେକେଲା ବ୍ଲକ୍ ଅନ୍ତର୍ଗତ ମାନ୍ଦଲା ଗାଁରେ। ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା କାଳୀ ମନ୍ଦିର ନିକଟସ୍ଥ କୂଅ...
ନବରଙ୍ଗପୁର(ନବଘନ ବିଷୋୟୀ): ଶ୍ରେଣୀ ଶିକ୍ଷୟିତ୍ରୀ କହିପାରିଲେନି ଛାତ୍ରଛାତ୍ରୀଙ୍କ ନାଁ, ଆଉ ବିଗିଡିଗଲେ ମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକମାନଙ୍କ ସମୀକ୍ଷା ବୈଠକରେ ଯୋଗ ଦେବାକୁ ନବରଙ୍ଗପୁର ଗସ୍ତରେ ଯାଇଥିଲେ। ହେଲେ ଅଚାନକ ତାରାଗାଁ ସ୍ଥିତ...
ନୁଆଦିଲ୍ଲୀ/ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୪୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହା ସହ ସାରା ଦେଶରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁଜରାଟର କେୱଡିୟାରେ ଥିବା ସର୍ଦ୍ଦାର...
କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର କରଞ୍ଜିଆ ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉଭୟ କ୍ଷେତ୍ରରେ ନାବାଳିକା ଦ୍ୱୟ ପଡୋଶୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଘଟଣାରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା...
ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ...