• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

anubhav
ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କେନ୍ଦ୍ରାପଡ଼ା ପୁଲିସ୍‌ ମାମଲା ରୁଜୁ କରିଛି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍‌ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ସାମ୍ବାଦିକଙ୍କୁ ଅନୁଭବ...

src
‘ଆଜି ଅପରାହ୍ଣରୁ ପବନର ବେଗ ବଢ଼ିପାରେ’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ପ୍ରାୟ ୩୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ” ‘ବୁଲ୍‌ବୁଲ୍’ ୯ ତାରିଖ ସକାଳୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଆଜି...

odisha
ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ ସଜାଗ

ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍‌ବୁଲ୍’ ଓଡ଼ିଶା ଛୁଇଁବାର ସମ୍ଭାବନା ନାହିଁ, ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ...

cyclone
ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍’ ଆଜି ସକାଳ ସାଢ଼େ ୫ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଘଣ୍ଟାପ୍ରତି ୧୦ କି.ମି. ବେଗରେ ଏହା ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ...

mock drill
ରେଳ ଦୁର୍ଘଟଣାର ମୁକାବିଲା ପାଇଁ ମକ୍‌ଡ୍ରିଲ୍‌

ବିଶାଖାପଟନମ୍‌: ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ କିଭଳି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ ଓ ରେଳ ଚଳାଚଳକୁ କେମିତି ସ୍ୱାଭାବିକ କରାଯିବ ସେ ନେଇ ଏକ ମକ୍‌ଡ୍ରିଲ୍‌ କରାଯାଇଛି। ପୂର୍ବତଟ ରେଲ୍‌ୱେର ୱାଲ୍‌ଟଟେୟର୍‌ ଡିଭିଜନ୍‌ ପକ୍ଷରୁ ସୀମାଞ୍ଚଲ୍‌ମ୍‌ ରେଲ୍‌ୱେ ଷ୍ଟେସନ୍‌ ନିକଟରେ ଏହି ମକ୍‌ଡ୍ରିଲ୍‌ ହୋଇଛି। ଏଥିରେ ବିଭିନ୍ନ ବିଭାଗରେ...

odisha
ଆପେଆପେ ଗଡ଼ିଲା ବଗି !

ଭୁବନେଶ୍ୱର: ଆପେଆପେ ଗଡ଼ିଲା ବଗି ! କଥାଟା ଶୁଣିକି ବିଶ୍ୱାସ ହେଉ ନଥିଲେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ରେଲ୍‌ୱେ ଷ୍ଟେସନରେ। ଗତ ୫ ତାରିଖରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ୫ ତାରିଖ ଦିନ ଏକ ମାଲ୍‌ବାହୀ ଟ୍ରେନ୍‌ର ବଗି ଲାଇନଚ୍ୟୁତ ହୋଇଯାଇଥିଲା।...

school
ବାତ୍ୟା ପାଇଁ ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ଆଜି ଓ ଆସନ୍ତାକାଲି ୯ ଜିଲ୍ଲାର ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତା କାଲି ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ୩ ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି...

heavy rainfall
ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପ ଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା...

rainfall
ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅଧାରରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି, ପୂର୍ବ ଅପେକ୍ଷା ବାତ୍ୟା ‘ବୁଲ୍‌ବୁଲ୍‌’ର ଗତି ବୃଦ୍ଧି ପାଇଛି। ଏବେ ଘଣ୍ଟାକୁ ୧୩ କିଲୋମିଟର...

firing
କ୍ରସର ମ୍ୟାନେଜରଙ୍କ ଉପରକୁ ଗୁଳିମାଡ଼

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍‌ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ୫ଟି ଗୁଳି ବାଜିଛି। ତାଙ୍କୁ ପୁଲିସ୍‌ ଓ କ୍ରସର କର୍ମଚାରୀମାନେ ସ୍ଥାନୀୟ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ...

odisha
ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ

ଭୁବନେଶ୍ୱର: ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି। ଅନୁଭବଙ୍କ ଔଦ୍ଧତ୍ୟର ପ୍ରତିବାଦ କରି ଆଜି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି। ଜୟଦେବ...

odisha
ଫେସ୍‌ବୁକ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ୍‌

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମନ୍ଦିର ଭିତରେ ହେଉଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ବେଶ ଓ ଦାମୋଦର ବେଶର ଫଟୋ ଭାଇରାଲ ହୋଇଛି। ପ୍ରଦୀପ୍ତ ପାତ୍ର ନାମକ ଜଣେ...

cyclone
‘ଓଡ଼ିଶା ଉପକୂଳକୁ ଛୁଇଁବନି ବାତ୍ୟା’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍‌ବୁଲ୍‌’ ରଖାଯାଇଛି। ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ...

rape
ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗିଦେବା ଘଟଣା: ଧରା ପଡ଼ିଲା ଅଭିଯୁକ୍ତ

ଖୋର୍ଦ୍ଧା: କାର୍‌ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖ ଏନ୍‌ଏଚ୍‌ରେ ଫିଙ୍ଗି ଦେବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖିଛି। ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ କାର୍‌କୁ ଜବତ...

nirmala sitharaman
ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ୨୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।। ଅନାଦେୟ ଋଣ କାରଣରୁ ବା ଦେବାଳିଆ...

scb
ଏସ୍‌ସିବି ପାଇଁ ହଜାରେ କୋଟିର ପ୍ୟାକେଜ୍

ଭୁବନେଶ୍ୱର: କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ। ଏଥିପାଇଁ ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ ଗତକାଲି...

plane
ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ହରଦୀପ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଝାରସୁଗୁଡ଼ା...

odisha
୩ ଘଣ୍ଟା ଚାର୍ଜ ହେଲେ ୪୦ କି.ମି. ଗଡ଼ିବ ଏହି ବ୍ୟାଚେରୀ ଚାଳିତ ସାଇକେଲ

ସୋର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଛାତ୍ରଙ୍କ ନିକଟରେ। ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ ବ୍ୟାଚେରୀ ଚାଳିତ ସାଇକେଲ ତିଆରି...

accident
ଓଲଟିଲା ମିନିବସ୍‌, ଜଣେ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ‘ଦର୍ପ’ ନାମକ ଏହି ମିନି ବସ୍‌ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଗୋବର୍ଦ୍ଧନ ଜେନା। ‌ ଆହତଙ୍କ ମଧ୍ୟରୁ କିଛି...

representationl image
ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ

ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖ ଏନ୍‌ଏଚ୍‌ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଦୁର୍ବୃତ୍ତମାନେ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ରାସ୍ତାରେ  ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି...