ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ସମସ୍ତଙ୍କ ନଜର। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଷ୍ଟ୍ରାଟେଜି କ’ଣ ରହିଛି,...
ମାଲକାନଗିରି: ମାଓବାଦୀଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଭାଙ୍ଗୁଛି ଏକତା। ଏହାସହ ଭୟଙ୍କର ସ୍ଥିତି ଆଡ଼କୁ ମୁହାଁଉଛନ୍ତି ନିରୀହ ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଦିନ ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼...
ଫୁଲବାଣୀ: ଓଡ଼ିଶାରେ କରୋନା ଭାଇରସ୍ ଭୟ। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଭାଇରସ୍କୁ ନେଇ ଓଡ଼ିଶାର ଭୟ ସୃଷ୍ଟି ହୋଇଛି। କାହିଁକି ନା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା...
ପୁରୀ: ନୂଆ ବ୍ୟାରିକେଡ୍ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା। ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ...
କଟକ: ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା...
ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନ୍.ଭି.ଏସ୍. ପବନ(୩୨) ଓ...
ଶ୍ରୀନଗର: ଜମ୍ମୁର ନଗରୋଟା ସ୍ଥିତ ଜମ୍ମୁ-ଶ୍ରୀନଗର ନ୍ୟାସ୍ନାଲ୍ ହାଇୱେରେ ଥିବା ଏକ ଟୋଲ୍ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ...
କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ। ଲକ୍ଷାଧିକ ଶ୍ରଦ୍ଧାଳୁ ଆସନ୍ତାକାଲି ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା, ରହିବା...
ଭଦ୍ରକ(ପାର୍ଥସାରଥୀ ନାୟକ): ଉଦ୍ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ଗତ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରାଜନୈତିକ ଆକ୍ରୋଶ ରଖି କେହି ଉଦ୍ଘାଟନୀ ଫଳକ ଭାଙ୍ଗି...
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାରେ ୨୩ ଜଣ ପିଲାଙ୍କୁ ବନ୍ଧକ ରଖିଥିବା ବନ୍ଧକର ମୃତ୍ୟୁ ଘଟିଛି। ଏହାସହ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହତ୍ୟା ଅଭିଯୁକ୍ତ ଏହି ବନ୍ଧକ ଜଣକ ଜାମିନରେ ଫେରି ନିଜ ଘରେ ନିଜର ବର୍ଷକର ଝିଅ ଓ ପତ୍ନୀଙ୍କ ସମେତ ୨୦ରୁ...
ଥିରୁଭନନ୍ତପୁରମ: ଚୀନରେ ଜୀବନ ନେଉଥିବା କରୋନା ଭାଇରସ୍ ଏବେ ଭାରତରେ ପ୍ରବେଶ କରିଛି। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କରୋନା ଭାଇରସ୍ରେ କୌଣସି ଭାରତୀୟ ଆକ୍ରାନ୍ତ ହେବାନେଇ ଏହା ହେଉଛି ପ୍ରଥମ ଘଟଣା। ଏଯାଏ ଏହି ଭାଇରସ୍ ଯୋଗୁ...
ଢେଙ୍କାନାଳ/ଅନୁଗୁଳ: ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍ ଡିଜି ଅଭୟ, IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି...
ନୂଆଦିଲ୍ଲୀ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଏବେ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। କିଛିଦିନ ତଳେ ଶୁଣିବାକୁ ମିଳିଥିଲା, ବେୟର ଗ୍ରିଲ୍ସଙ୍କ ସହ ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ହେଲେ ପରେ ଏହି ଘଟଣାକୁ ନେଇ ଗ୍ରିଲ୍ସ ସଫେଇ ଦେଇଥିଲେ। ଏହାପରେ ମଧ୍ୟ ରଜନୀକାନ୍ତଙ୍କୁ...
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...
କୋଣାର୍କ: ମାଡ଼ି ଆସିଲା ଖଣ୍ଡିଆଭୂତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଖଣ୍ଡିଆଭୂତ ହଠାତ୍ ମାଡ଼ି ଆସିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଆଜି ଦିନ ୧୦ଟା ସମୟରେ ଖଣ୍ଡିଆଭୂତ ହଠାତ୍ ମାଡ଼ି ଆସି ନୂଆଗଡ଼ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବସନ୍ତ ନାୟକ ନାମକ ଜଣେ...
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ ! ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା। ଛାତିରେ...
ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନସେବା ଆରମ୍ଭ ହେବ। SpiceJet Boing 737 ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ...
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବାବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍ ଜବତ ହୋଇଛି। ଭୁବନେଶ୍ୱରର ଦୁଇଟି ସ୍ଥାନରେ ବ୍ରାଉନ୍ ସୁଗର୍ ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମୋଟ୍ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି। କମିଶନରେଟ୍ ପୁଲିସ୍ର କୁଇକ୍ ଆକ୍ସନ ଟିମ୍ ସହିଦ୍ ନଗର...
ଫୁଲବାଣୀ: ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍ରେଚର୍ ଫେଷ୍ଟିଭାଲ୍ରେ ‘WE ARE THE CHAMPIONS’ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ କନ୍ଧମାଳ ଝିଅ ଝୁଲିମା ମଲ୍ଲିକଙ୍କ କାହାଣୀ ସ୍ଥାନ ପାଇଛି। ଝୁଲିମା ବାଲ୍ୟ ବିବାହକୁ ବନ୍ଦ କରିବା ଓ...