• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

death
ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡ଼ା (ଅଜିତ୍‌ ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କନବାଗିରି ଗାଁରେ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲା। ମୃତକ ଜଣଙ୍କ ହେଲେ କଟରଗଣ୍ଡା ଗାଁର ବିଘ୍ନରାଜ ପ୍ରଧାନ। ଆଜି ସକାଳେ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ...

berhampur
ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ବସିବ ଶୁଭଖୁଣ୍ଟି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ବସିବ। ରାତି ପ୍ରାୟ ସାଢ଼େ ୯ଟାରେ ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହି ସ୍ଥିତ ମା’ଙ୍କ ବାପ ଘର ଆଗରେ ବୈଠକରେ ନୀତି ନିର୍ଘଣ୍ଟ ପରେ ଏହି ଶୁଭଖୁଣ୍ଟ ବିଧିବିଧାନ ଅନୁସାରେ ପୋତାଯିବ। ବୈଠକରେ ସହରର...

sonpur
ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ସୋନପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଏବେ ପରୀକ୍ଷା ସମୟ ଚାଳିଥିବାରୁ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦରୁ ବାଦ୍ ଦିଆଯାଇଛି। ବୀରମହାରାଜପୁର କୃଷକ ପରିଷଦ ଏହି ବନ୍ଦ ପାଳନ...

jaleswar
ବିସ୍ଫୋରକ ଜବତ ଘଟଣାର ତଦନ୍ତ ଆରମ୍ଭ

ଜଳେଶ୍ୱର(ଅଜିତ୍ ଦାସ): ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଏସ୍‌ଟିଏଫ୍ ଟିମ୍ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରକ ଜବତ ହୋଇଥିବା ଗାଡ଼ିର ମାଲିକ...

puri
ହଟିଲା ସରକାରୀ ବିଜ୍ଞାପନ ହୋର୍ଡିଂ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ ହଟାଇ ଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଯୋଜନାର ହୋର୍ଡିଂ...

exam
ଆଜି ଯୁକ୍ତଦୁଇ କଳା ବିଭାଗର ଇଂରାଜୀ ପରୀକ୍ଷା

ଭୁବନେଶ୍ୱର: ଆଜି ଯୁକ୍ତଦୁଇ ପରୀକ୍ଷାରେ କଳା ବିଭାଗର ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା ବେଳେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଅଧିକାଂଶ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଜଗିଛି। ଯେଉଁଠି ସିସିଟିଭି ନାହିଁ,...

deadbody
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗାଁ ନିକଟ ଡହ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଦାମ ପୋଲାଇ। ସୁଦାମଙ୍କ ଘର ସାନକୋଦଣ୍ଡା ଗାଁରେ ବୋଲି ଜଣାପଡ଼ିଛି। କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଲୋକେ...

angul
ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ରାଜ୍ୟରେ ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ବିଧିବଦ୍ଧ ଭାବେ ରାଜ୍ୟରେ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି। ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯାଉଛି। ଅନୁଗୋଳ ଜିଲ୍ଲା କିଶୋର ନଗରରେ ବିଜୟ ସଂକଳ୍ପ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

cmo
‘ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ’

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ।  ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଟିକଟ୍‌ ଦେବ। ଏହା ସାରା ଭାରତରେ ଇତିହାସ ସୃଷ୍ଟି କରିବ। ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଏହି ଘୋଷଣା କରିଛନ୍ତି। ଏହି...

water
ପାନୀୟ ଜଳ ପ୍ରକଳ୍ପ ଥାଇବି ଏଠି ଆସୁନି ପାଣି

ତେଲକୋଇ(ଚିନ୍ମୟ କୁମାର ସାହୁ): ପାନୀୟ ଜଳ ପ୍ରକଳ୍ପ ଅଛି। ହେଲେ ପାଣି ମିଳୁନି। ଅନେକ ସ୍ଥାନରେ ନଳକୂଅ ଭାଙ୍ଗିରୁଜି ଯାଇଥିଲେ ବି ମରାମତି ହେଉନି। ଆଉ କେଉଁଠି ଅଧପନ୍ତରିଆ କାମ କରି ଠିକାଦାର ଛୁ ମାରିଛି। ତେଣୁ ଦୂଷିତ ଚୁଆ ପାଣି ହିଁ ଏକମାତ୍ର ଭରସା। ଏହି ପାଣି...

BJD
ରାଜ୍ୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ: ତଥାଗତ

ଭୁବନେଶ୍ୱର: ରାଜ୍ୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ ସେ ଏଭଳି କହିଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଭଳି ସ୍ଥିତି ବୋଲି ସେ କହିଛନ୍ତି। ଏହାଛଡ଼ା ରାଜନୀତିରୁ ବୟସ୍କ ଲୋକ...

khra
ଆସନ୍ତାକାଲିଠୁ ବଢ଼ିବ ତାତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବଢ଼ିପାରେ। ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ଗରମ ଅନୁଭୂତ ହେବ। ଆସନ୍ତାକାଲିଠୁ ଧୀରେ ଧୀରେ ତାପମାତ୍ରା ବଢ଼ି ୧୫ ତାରିଖ ସୁଦ୍ଧା ଏହା ୫ରୁ...