Advertisment

NIACL Assistant Recruitment 2024: NIACL ରେ ପୂରଣ ହେବ ୫୦୦ ପଦବୀ; ଦରମା ୬୨ ହଜାର ପରେ

ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍(NIACL)ଆଣିଛି ଚାକିରିର ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ NIACL ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।

author-image
Pramod Behera
ଅଦ୍ୟତନ ହୋଇଛି
NIACL Assistant Recruitment 2024 apply for 500 post

NIACL Assistant Recruitment 2024 apply for 500 post

ଆପଣ ଯଦି କୌଣସି ଇନ୍‌ସ୍ୟୁରାନ୍ସ କମ୍ପାନୀରେ କାମ କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ଲିମିଟେଡ୍(NIACL)ଏହି ସୁବର୍ଣ୍ଣ ସୁଯୋଗ ନେଇ ଆସିଛି। ଏହା ହେଉଛି ଭାରତ ସରକାର ଅଧିନରେ ଥିବା ଏକ ଇନ୍‌ସ୍ୟୁରାନ୍ସ କମ୍ପାନୀ। NIACL ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NIACL ରେ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୦୦ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍‌ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: SBI ରେ ପୂରଣ ହେବ ଦମଦାର ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ ପଦବୀ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ newindia.co.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NIACL Assistant Recruitment 2024 apply for 500 post Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧ ଜାନୁଆରୀ ୨୦୨୫
  • ପ୍ରାରମ୍ଭିକ ପରୀକ୍ଷା – ୨୭ ଜାନୁଆରୀ ୨୦୨୫(ସମ୍ଭାବନା)
  • ମୁଖ୍ୟ ପରୀକ୍ଷା – ୦୨ ମାର୍ଚ୍ଚ ୨୦୨୫(ସମ୍ଭାବନା)
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୬୦ଟି ପୋଷ୍ଟ୍‌
  • EWS – ୫୦ଟି ପୋଷ୍ଟ୍‌
  • OBC – ୪୮ଟି ପୋଷ୍ଟ୍‌
  • SC – ୯୧ଟି ପୋଷ୍ଟ୍‌
  • ST – ୫୧ଟି ପୋଷ୍ଟ୍‌
  • ମୋଟ୍ – ୫୦୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ; ଦରମା ପାଖାପାଖି ୨ ଲକ୍ଷ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • ପ୍ରାର୍ଥୀ ନିଶ୍ଚିତ ଭାବରେ ଗୋଟିଏ ବିଷୟ ଭାବରେ ଇଂରାଜୀ ସହିତ SSC / HSC / ଯୁକ୍ତ ଦୁଇ / ସ୍ନାତକ ସ୍ତର ପାଶ କରିଥିବେ। ୦୧/୧୨/୨୦୨୪ ସୁଦ୍ଧା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଥିବା ଆବଶ୍ୟକ।
  • ଯେଉଁ କ୍ଷେତ୍ର ପାଇଁ ଆବେଦନ କରୁଥିବେ ସେହି ରାଜ୍ୟ / ୟୁନିଅନ୍ ଟେରିଟୋରୀର ଆଞ୍ଚଳିକ ଭାଷା ପଢିବା, ଲେଖିବା ଏବଂ କହିବା ବିଷୟରେ ଜ୍ଞାନ ଥିବ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧।୧୨।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୬୨,୨୬୫ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC, ST, PwBD – ୧୦୦ଟଙ୍କା
  • ଅନ୍ୟ ସମସ୍ତ ବର୍ଗ – ୮୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଭାଷା ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

Govt Jobs Job Search Job Seekers
Advertisment
Advertisment