Advertisment

ESIC IMO Recruitment 2024: କର୍ମଚାରୀ ରାଜ୍ୟ ବୀମା ନିଗମରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧ଲକ୍ଷ ୭୦ହଜାର ପରେ

ESIC ନେଇଆସିଛି ଚାକିରି ସୁଯୋଗ। ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
ESIC IMO Recruitment 2024

ESIC IMO Recruitment 2024

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ରାଜ୍ୟ ବିମା ନିଗମ(ESIC) ଏହି ସୁଯୋଗ ନେଇଆସିଛି। ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ESIC ରେ ବିମା ଚିକିତ୍ସା ଅଧିକାରୀ ଗ୍ରେଡ୍-II(IMO Gr.-II) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଡାକ୍ତରୀ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: NIACL ରେ ପୂରଣ ହେବ ୫୦୦ ପଦବୀ; ଦରମା ୬୨ ହଜାର ପରେ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ESICର ଅଫିସିଆଲ୍ ୱେବ୍‌ସାଇଟ୍‌ esic.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ESIC IMO Recruitment 2024 apply for 608 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଆରମ୍ଭ ହେବ
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଜାନୁଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୫୪ଟି ପୋଷ୍ଟ୍‌
  • EWS – ୬୦ଟି ପୋଷ୍ଟ୍‌
  • OBC – ୧୭୮ଟି ପୋଷ୍ଟ୍‌
  • SC – ୬୩ଟି ପୋଷ୍ଟ୍‌
  • ST – ୫୩ଟି ପୋଷ୍ଟ୍‌
  • ମୋଟ୍ – ୬୦୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ପ୍ରାର୍ଥୀମାନେ ଭାରତୀୟ ମେଡିକାଲ କାଉନସିଲ୍ ଆକ୍ଟ, ୧୯୫୬ ଅନୁଯାୟୀ MBBS ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
  • ବାଧ୍ୟତାମୂଳକ ରୋଟେଟିଂ ଇଣ୍ଟର୍ନସିପ୍ ସମାପ୍ତ କରିଥିବା ଆବଶ୍ୟକ
  • ୨୦୨୨ ଏବଂ ୨୦୨୩ ପାଇଁ CMSE ତାଲିକାର ସୂଚିରେ ଆସୁଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ; ଦରମା ପାଖାପାଖି ୨ ଲକ୍ଷ

ବୟସ ସୀମା:

  • ସର୍ବନିମ୍ନ ବୟସ – ବିଜ୍ଞପ୍ତିରେ ନାହିଁ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ସର୍ବାଧିକ ଦରମା – ୧,୭୭,୫୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମେରିଟ୍ ଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ esic.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଉପର ସ୍କ୍ରଲ୍‌ରେ ଚାଲୁଥିବା Apply Online… ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: SBI ରେ ପୂରଣ ହେବ ଦମଦାର ପଦବୀ; ଓଡ଼ିଶାରେ ଖାଲି ଅଛି ୩୬୦ରୁ ଅଧିକ ପଦବୀ

Govt Jobs Job Search Job Seekers Govt Job Recruitment
Advertisment
Advertisment