ବଣାଇ: ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କେଲ ଗାଁ ନିକଟରେ। ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା।...
ବରଗଡ଼: ଆସନ୍ତା ଶନିବାର ରବିବାର ସଟ୍ଡାଉନ୍ ରହିବ ବରଗଡ଼ ଜିଲ୍ଲାର ସହରାଞ୍ଚଳ। ବରଗଡ଼ ମ୍ୟୁନିସାପାଲଟି ଏବଂ ବରପାଲି, ବିଜେପୁର, ପଦ୍ମପୁର ଓ ଅତାବିରା ଏନ୍ଏସି ସଟ୍ଡାଉନ୍ ରହିବ। ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ମୋଟ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର...
ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଟି କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪, କୁଆଁରମୁଣ୍ଡାରୁ ଜଣେ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍ ରୋଗୀଙ୍କ ମଧ୍ୟରେ ୯ ଜଣ ମହିଳା ଓ...
ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ, ନମୁନା ସଂଗ୍ରହ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ –ICMR। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି।...
ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା। ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ଲାଗି ଟ୍ରାକ୍ରେ ଗଡ଼ିଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ। ଏହି ମାଲଗାଡ଼ିର ନାଁ ରଖାଯାଇଛି ସୁପର ଆନାକୋଣ୍ଡା। ଟ୍ରେନ୍ଟିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ଟି ଓ୍ୱାଗନ ଖଞ୍ଜା ଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍।...
ନୂଆଦିଲ୍ଲୀ: ମାସେ ଭିତରେ ସରକାରୀ ବଙ୍ଗଳା ଛାଡ଼ିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ ମିଳିଛି। ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ। ଯଦି ସେ ସରକାରୀ ନିର୍ଦ୍ଦେଶକୁ...
ନୂଆଦିଲ୍ଲୀ: ଚୀନର ୫୯ଟି ଆପ୍କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି। ୱିବୋରେ ଥିବା ତାଙ୍କ ଆକାଉଣ୍ଟରୁ ମୋଦି ତାଙ୍କ ଫଟୋ ଓ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ୱିବୋ ହେଉଛି ଟୁଇଟର...
ଗଞ୍ଜାମ: କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ। ପ୍ରଶାସନ ଗାତ ଖୋଳିଲା, ଆଉ ଶବକୁ ଭିଡ଼ିଭିଡ଼ି ନେଇ ପୋତିଲେ ମୃତକଙ୍କ ଭାଇ-ଭଉଣୀ। ଏଭଳି ଉଦ୍ବେଗଜନକ ଘଟଣାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ବେଳେ, ଏହା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୌରୀଶଙ୍କର ରୋଡ୍ ଅଞ୍ଚଳର ବୋଲି କୁହାଯାଉଛି।...
ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍...
ଭୁବନେଶ୍ୱର: ଆଜିଠୁ କାଉଣ୍ଟରରେ ଆରମ୍ଭ ହୋଇଛି ମଦ ବିକ୍ରି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ କାଉଣ୍ଟରରୁ ମଦ କିଣିପାରିବେ ଗ୍ରାହକ। ଉଭୟ ଅଫଲାଇନ୍ ସପ୍ ଏବଂ ଅନ୍ଲାଇ ସପ୍ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଛି...
ଯାଜପୁର: ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା ହୋଇଛି। ଆସନ୍ତା ୮ ତାରିଖ ମଧ୍ୟରାତ୍ରୀ ଯାଏ ଲାଗୁ ହୋଇଛି ଏହି ନିୟମ। ସବୁ ଅଫିସ୍ ଫାଟକରେ ତାଲା ପକାଯାଇଛି। କେବଳ ଅଫିସ୍ରେ କର୍ମଚାରୀମାନେ କାମ କରିବେ। କୌଣସି ଅତିଆବଶ୍ୟକ କାମ ହେଲେ ସେ ସବୁ...
ଭୁବନେଶ୍ୱର: ବିଭିନ୍ନ ସରକାରୀ ଅଫିସ୍ରେ ଅଧିକାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ବଢ଼ିଲା ଚିନ୍ତା। ଗଂଜାମରୁ କଟକ, ଭୁବନେଶ୍ୱରରୁ ଯାଜପୁର, ଥାନାରୁ ତହସିଲ୍, ସରକାରୀ ଅଫିସ୍ରେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଗାଇଡାଲାଇନ ଜାରି କରିଛନ୍ତି। ଚଳିତ ମାସରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେବଳ ୫୦ ପ୍ରତିଶତ...
ଅନୁଗୁଳ: ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। କିଛି ଦିନର ଲୁଚକାଳି ପରେ ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି...