ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ । ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୨.୫୮ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଛନ ଦାନ ସନ୍ଧ୍ୟା ୦୬.୩୭ ପର୍ଯ୍ୟନ୍ତ ।
ଚିତ୍ରା- ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ମାନ ପାଇବେ । ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ।
ସ୍ୱାତୀ- ଲେଖାପଢାରେ ଧନ ଅର୍ଜନ କରିବେ । ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ । ପାରିବାରିକ କ୍ଷେତ୍ରରେ ଆଶା ଆଶ୍ୱସନା ପାଇ କଳ୍ପନାର ମଧୁର ସାଗରରେ ପହଁରି ପାରନ୍ତି ।
ବିଶାଖା- ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ମହିଳାମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୌଣସି କାରଣରୁ ମନ ଭଲ ରହିବ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬