/odishatv-khabar/media/post_attachments/uploadimage/library/16_9/16_9_0/Gang_Rape_1745314855.jpg)
Gang Rape
ସୁନ୍ଦରଗଡ଼ରେ ଲଜ୍ଜା । ରାତିରେ ଭୋଜି ଖାଇ ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ । ୩ ଜଣ ଦୁର୍ବୃତ୍ତ ବୋଲେରୋରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।
ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ
ଅଭିଯୋଗ ମୁତାବକ, ପୀଡିତା ନାବାଳିକା ଏକୋଶିଆ ଭୋଜି ଖାଇ ୨ ଜଣ ସାଙ୍ଗଙ୍କ ସହ ରାତିରେ ଘରକୁ ଫେରୁଥିଲେ । ବାଟରେ ୩ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ସେମାନଙ୍କୁ ଜୋରଜବରଦସ୍ତ ଟେକି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୀଡିତାଙ୍କ ସହ ଥିବା ଆଉ ୨ ଜଣ ନାବାଳିକା ସାଙ୍ଗ ସେଠାରୁ ଖସି ଦୌଡି ପଳାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଏକ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ତାଙ୍କୁ ଆଣି ପୁଣି ପାଖ ଗାଁରେ ଛାଡି ଦେଇଥିଲେ ।
ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ସବୁକିଛି ଜଣାଇବା ପରେ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ଏହି ଗଣଦୁଷ୍କର୍ମ ଘଟଣାରେ ୩ ଯୁବକଙ୍କ ସଂପୃକ୍ତି ରହିଥିବା ଜଣାପଡିଛି । ଅଭିଯୁକ୍ତମାନେ ସେହି ପାଖ ଗାଁର ହୋଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିବା ସହ ଦୁଷ୍କର୍ମକାରୀମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)