ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ । ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୨.୫୮ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଛନ ଦାନ ସନ୍ଧ୍ୟା ୦୬.୩୭ ପର୍ଯ୍ୟନ୍ତ ।
ମୃଗଶିରା- ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । କାମରେ ଭଲ ପ୍ରଦର୍ଶନ ପାଇଁ କିଛି କରିବେ ।
ଆଦ୍ରା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ରଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ । ପ୍ରେମ ସମ୍ପର୍କ ମଜବୁତ ରହିବ ।
ପୁନର୍ବସୁ- ମାଲିମୋକଦ୍ଦମା ଆପୋଷ ବୁଝାମଣା ମଧ୍ୟରେ ସମାଧାନ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କିଛି ବିଶେଷ କାର୍ଯ୍ୟ ଅତି ଶୀଘ୍ର ପୂରଣ ହେବ । ସାଂସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି ।
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨