ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ । ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୨.୫୮ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଛନ ଦାନ ସନ୍ଧ୍ୟା ୦୬.୩୭ ପର୍ଯ୍ୟନ୍ତ ।
ଧନିଷ୍ଠା- ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସମ୍ପର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦିତା ଲାଗି ରହିବ ।
ଶତଭିଷା- ଶିକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ବହୁତ ଭଲ ଫଳ ମିଳିବ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । ମନ ଖୋଜୁଥିବା ଚାକିରୀ ପାଇ ପାରନ୍ତି ।
ପୂ,ଭାଦ୍ରପଦ- ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ । ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି ।
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮