/odishatv-khabar/media/post_attachments/uploadimage/library/16_9/16_9_0/murder_1745298645.jpg)
murder
ଗର୍ଭବତୀ ପତ୍ନୀର ତଣ୍ଟିଚିପି ହତ୍ୟା । ଛୁଆ ଜନ୍ମର ୭ ଦିନ ପୂର୍ବରୁ ମାରିଦେଲା ସ୍ବାମୀ । କୁହାଯାଏ ସନ୍ଦେହରୁ ସମ୍ପର୍କ ଶେଷ। ମନରେ ସନ୍ଦେହ ବସା ବାନ୍ଧିଲେ ସେଥିରୁ ରାଗ ତା’ପରେ ଭୟଙ୍କର ପରିଣାମ। ଯାହା ଘଟିଛି ଆନ୍ଧ୍ରପ୍ରଦେଶର ଅନୁଶା ଓ ଜ୍ଞାନେଶ୍ୱରଙ୍କ ମଧ୍ୟରେ। ଅନୁଶା ଗର୍ଭବତୀ। ଡେଲିଭରୀକୁ ଆଉ ମାତ୍ର ୭ ଦିନ ଥିଲା। ହେଲେ ତା’ ପୂର୍ବରୁ ସବୁ ସାରିଦେଲା ସ୍ୱାମୀ। ଗର୍ଭବତୀ ପତ୍ନୀର ତଣ୍ଟି ଚିପି ଜୀବନ ନେଇଗଲା।
ଆନ୍ଧ୍ରପ୍ରଦେଶର ମଧୁରାୱଡ଼ାର ୨୮ ବର୍ଷୀୟ ଜ୍ଞାନେଶ୍ବର। ହିନ୍ଦୁସ୍ତାନ ସ୍କାଉଟ ଆଣ୍ଡ ଗାଇଡ୍ରେ କାମ କରୁଥିଲେ ସେ। ଅଙ୍କାପଲ୍ଲି ଜିଲ୍ଲାର ୨୭ ବର୍ଷୀୟା ଅନୁଷାଙ୍କୁ ପ୍ରେମବିବାହ କରିଥିଲେ। ପରିବାରର ବିରୋଧରେ ଯାଇ ୨୦୨୨, ଡିସେମ୍ବର ୧୦ ତାରିଖରେ ଏକାଠି ହୋଇଥିଲେ ଉଭୟ । ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହୋମ ନିଆଁକୁ ସାକ୍ଷୀ ରଖି ଅନୁଷାଙ୍କ ମଥାରେ ସିନ୍ଦୁର ଦେଇଥିଲେ ଜ୍ଞାନେଶ୍ବର। ବେଶ୍ କିଛି ଦିନ ହସ ଖୁସିରେ ସଂସାର ଗାଡ଼ି ଗଡ଼ିଥିଲା। କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା। ସ୍ୱାମୀଙ୍କୁ ନେଇ ଅନୁଷାଙ୍କ ମନରେ ବସା ବାନ୍ଧିଥିଲା ସନ୍ଦେହ। ଜ୍ଞାନେଶ୍ୱରଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ସେ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭଙ୍କ ମଧ୍ୟରେ ପ୍ରତିଦିନ ତୁ ତୁ... ମେ ମେ... ହେଉଥିଲା।
ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ
ଏପ୍ରିଲ ୧୪ ତାରିଖ। ଅନୁଷା ହସ୍ପିଟାଲରେ ଆଡମିଟ୍ ହେବାର ଥିଲା। ଗର୍ଭବତୀ ସ୍ତ୍ରୀ ଅନୁଷା ଆଉ ସପ୍ତାହେ ପରେ ଛୁଆ ଜନ୍ମ କରିଥାନ୍ତେ । ବାପା ଡାକ ଶୁଣିଥାନ୍ତେ ଜ୍ଞାନେଶ୍ବର । କିନ୍ତୁ ତା’ ପୂର୍ବରୁ ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ନେଇଥିଲା ଉଗ୍ର ରୂପ। ରାଗରେ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଜ୍ଞାନେଶ୍ବର। ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ମାରିଦେଇଥିଲେ। ରାଗ ଶାନ୍ତ ହେବା ପରେ ଚାରିଆଡ଼େ ଫୋନ୍ କରି କହିଥିଲେ ଅନୁଷା ଚେତାଶୂନ୍ୟ ହୋଇଯାଇଛି।
ତେବେ ଡେଲିଭରି ସମୟ ପୂର୍ବରୁ ହୋଇଯିବ ଭାବି ଘର ଲୋକ ପହଞ୍ଚି ଅନୁଷାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅର ମୃତ୍ୟୁକୁ ନେଇ ସନ୍ଦେହ ହେବା ପରେ ସ୍ୱାମୀ ବିରୋଧରେ ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ପଚରାଉଚରା ବେଳେ ଜ୍ଞାନେଶ୍ୱର ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)