ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୭ମୀ ଦିବା ୦୯.୪୪ ଗତେ ୮ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୯.୪୪ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ଧନିଷ୍ଠା- ଏକାଧିକ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ଲାଭାଶଂ ବୃଦ୍ଧି ପାଇବ।
ଶତଭିଷା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଜମିଜମା କାରବାର, ନିର୍ମାଣ, ପ୍ରଶାସନ, ଗଣଯୋଗାଯୋଗ କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ପୂ, ଭାଦ୍ରପଦ- ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲରେ ସମର୍ଥ ହେବେ। ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଖେଳ କୁଦରେ ଖୁସି ରହିବେ ।
ପ୍ରତିକାର – କୋଇଲା ଖଣ୍ଡ ନେଇ କୌଣସି ଧର୍ମ ସ୍ଥାନରେ ଦେଇଦିଅନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮