ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୭ମୀ ଦିବା ୦୯.୪୪ ଗତେ ୮ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୯.୪୪ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ପୂ,ଭାଦ୍ରପଦ-ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।
ଉ,ଭାଦ୍ରପଦ- ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ। ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ। ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ।
ରେବତୀ- ଆଇନ ଅଦାଲତ ତଥା ବିବାଦୀୟ କ୍ଷେତ୍ରରୁ ସୁଫଳ ପାଇବେ। କିଛି କହିବା ପୂର୍ବରୁ ପରିସ୍ଥିତିକୁ ନଜରରେ ରଖନ୍ତୁ। ବିଦ୍ୟାର୍ଥୀ କ୍ୟାରୀୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩