• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ଆସିପାରେ ବଡ଼ ସମସ୍ୟା !

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ । ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ, ଘାତ ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ବାର – ବୃଷ ସିଂହ ଓ କନ୍ୟା ।

Aquarius

କୁମ୍ଭ

Saturday 05 Aug 2023

ଧନିଷ୍ଠା- ନିଦ୍ଧିଷ୍ଟ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ । ପଛ କଥା ନଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ ।

ଶତଭିଷା- ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ ।

ପୂ, ଭାଦ୍ରପଦ- ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଅବହେଳା କରିଥିବା କାର‌୍ୟ୍ୟ ପାଇଁ ଅନୁତାପ କରିବେ । ପଡୋଶିଙ୍କର ପରାମର୍ଶ ଗ୍ରହଣ କରିବେ । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ