• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ଆସିପାରେ ବଡ଼ ସମସ୍ୟା !

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ । ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ, ଘାତ ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ବାର – ବୃଷ ସିଂହ ଓ କନ୍ୟା ।

Taurus

ବୃଷ

Saturday 05 Aug 2023

କୃତିକା- ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢ଼ିବେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ଅଧିକ ପରିଶ୍ରମ କରିଲେ ଜରୁରୀ କାମ ପୁରା ହୋଇଯିବ । ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ ।

ରୋହିଣୀ- ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ । ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ । ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ । ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି ।

ଗଶିରା- ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ । କୌଣସି କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ । ବ୍ୟର୍ଥ କଥାଠୁ ନିଜକୁ ଦୂରରେ ରଖନ୍ତୁ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର- ମା କମଳାଙ୍କର ଗାୟତ୍ରୀମନ୍ତ୍ର ପାଠ କରନ୍ତୁ