• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ଆସିପାରେ ବଡ଼ ସମସ୍ୟା !

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ । ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ, ଘାତ ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ବାର – ବୃଷ ସିଂହ ଓ କନ୍ୟା ।

Cancer

କର୍କଟ

Saturday 05 Aug 2023

ପୁନର୍ବସୁ-  ସର୍ବଦା କାର‌୍ୟ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ । ଦାମ୍ପତ୍ୟ ଜୀବନରେ ଶାନ୍ତି ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ ।

ପୁଷ୍ୟା- ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ସତର୍କ ରହି କାର୍ଯ୍ୟ କରିବେ ସୁଫଳ ମିଳିପାରେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି ।

ଅଶ୍ଳେଷା-  ନିଜର ଆଦର୍ଶ ପ୍ରତିଷ୍ଠା ମୁଖ୍ୟ କାମନା ହେବ । କଳା, ବାଣିଜ୍ୟରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି । କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ରହିବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ