/odishatv-khabar/media/post_attachments/uploadimage/library/16_9/16_9_0/prisha_1746272199.jpg)
prisha
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ମୃତକଙ୍କ ଜେଜେ। ୩ ମାସ ତଳେ ହୋଇଥିବା ପ୍ରକୃତି ଲାମସାଲ ମୃତ୍ୟୁ ଘଟଣା ସହିତ ତାଙ୍କ ନାତୁଣୀ ମୃତ୍ୟୁର କିଛି ସମ୍ବନ୍ଧ ଥିବା ସେ ଅନୁମାନ କରୁଥିବା କହିଛନ୍ତି। କିଟ ବିଶ୍ବବିଦ୍ୟାଳୟରେ ବିଟେକ ପ୍ରଥମ ବର୍ଷର ଛାତ୍ରୀ ପ୍ରିସାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ କିଟ୍ ପରିସରରେ ଥିବା ଏକ ହଷ୍ଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ୩ ମାସ ମଧ୍ୟରେ ଦ୍ବିତୀୟ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ ।
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍ କଲେ NHRC
ପ୍ରିସାଙ୍କ ଜେଜେ ଶନିବାର କହିଛନ୍ତି, ମୋ ନାତୁଣୀ ମାନସିକ ଭାବେ ବେଶ ଦୃଢ ଥିଲା। ସେ ପାଠ ପଢାରେ ମଧ୍ୟ ବେଶ ଭଲ ଥିଲା। ୨୦ ଦିନ ପୂର୍ବରୁ ନେପାଳ ଆସିଥିବା ବେଳେ ତାଙ୍କ ସହ କଥା ମଧ୍ୟ ହୋଇଥିବା କହିଛନ୍ତି। ଏହା ସହିତ ସେ ପ୍ରିସାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଥିବା ସନ୍ଦେହ କରୁଥିବା ମଧ୍ୟ କହିଛନ୍ତି। ସେ ପରୋକ୍ଷରେ ଅନ୍ୟତମ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଲ ଆତ୍ମହତ୍ୟା ମାମଲା ଆଡକୁ ମଧ୍ୟ ଇଙ୍ଗିତ କରିଥିଲେ। ତାଙ୍କ ନାତୁଣୀର ମୃତ୍ୟୁ ପଛରେ ପ୍ରକୃତି ମୃତ୍ୟୁର କିଛି ଭୂମିକା ରହିଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।
ସେହିପରି ଜଣଙ୍କ ପରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେପାଳରେ ବିଶ୍ବବିଦ୍ୟାଳୟର ଛବି ମଳିନ କରୁଛି ବୋଲି ମଧ୍ୟ ସେ କହିଛନ୍ତି। ଏପରି ଜାରି ରହିଲେ ନେପାଳୀ ଛାତ୍ରଛାତ୍ରୀ କିଟ ଆସିବା ବନ୍ଦ କରିବେ ବୋଲି କହିଛନ୍ତି ଛାତ୍ରୀଙ୍କ ଜେଜେ। ଏହି ଘଟଣା ପାଇଁ ସେ ବିଶ୍ବବିଦ୍ୟାଳୟ ମୁଖ୍ୟଙ୍କୁ ଦାୟୀ କରିଛନ୍ତି । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତି ୧୧.୩୦ରେ ଘରକୁ କଲ କରି ଜଣାଇବା ପରେ ଆମେ ଜାଣିଥିଲୁ। ଏକ ବାହାଘରରୁ ଫେରିବା ପରେ ଆମେ ଝିଅର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲୁ।
‘#ପ୍ରତିଶୋଧ_ନେବାକୁ_ମୋ_ନାତୁଣୀକୁ_ମାରିଦେଲେ’
'ମୋ ନାତୁଣୀର ମାନସିକ ଅବସ୍ଥା ଭଲ ଥିଲା କିଛି ଦିନ ତଳେ ଆମ ଘରକୁ ବୁଲିବାକୁ ଆସିଥିଲା। ତାକୁ ଏଇଠି ପ୍ରତିଶୋଧ ନେବାକୁ କିଏ ମାରିଦେଇଛି।' - ମୃତ ନେପାଳୀ ଛାତ୍ରୀଙ୍କ ଜେଜେ#StudentSafety#KIIT#NHRC#NepalIndiaRelations#NepaliStudents#OTVpic.twitter.com/vL6dXoXn1h— ଓଟିଭି (@otvkhabar) May 3, 2025
ମୃତ ଛାତ୍ରୀଙ୍କ ମାତା ପିତା ପହଞ୍ଚି ଶବକୁ ଚିହ୍ନଟ କରିବା ପରେ ଭୁବନେଶ୍ବର ସ୍ଥିତ ଏମ୍ସରେ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତା ୯ ତାରିଖ ସୁଦ୍ଧା ଏହି ଘଟଣାର ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)