Advertisment

One side Love and Attack: ଏକପାଖିଆ ପ୍ରେମରୁ ଯୁବତୀଙ୍କୁ ଟାର୍ଗେଟ, ଛୁରାମାଡ଼ କରି ବିଫଳ ପ୍ରେମିକ ଫେରାର୍

ସେତିକିରେ ସନ୍ତୁଷ୍ଟ ହୋଇନଥିଲା ଏହି ପିଶାଚ ପ୍ରେମିକ। ତାର ହାତ, ପିଠି ଓ ବିଭିନ୍ନ ସ୍ଥାନକୁ ବ୍ଲେଡରେ କାଟି ହତ୍ୟା କରିଥିଲା। ତେବେ ଏଭଳି ଘଟଣାକୁ ବ୍ରହ୍ମପୁର ଏସ୍‌ପି ବି ଗୁରୁତର ସହ ନେଇଛନ୍ତି। ଏଭଳି ଘଟଣାରେ କୌଣସି ଗଣ୍ଡଗୋଳ ହେଲେ ପୋଲିସରେ ଅଭିଯୋଗ କରିବାକୁ କହିଛନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
ଏକପାଖିଆ ପ୍ରେମରୁ ହତ୍ୟା

ଏକପାଖିଆ ପ୍ରେମରୁ ହତ୍ୟା

ଏକପାଖିଆ ପ୍ରେମ ଅବା ପ୍ରେମ ସଂପର୍କରୁ ଦୂରେଇ ଗଲେ ପରିଣାମ ଯେ, ଏତେ ଭୟଙ୍କର ହୁଏ, ତାହା ବ୍ରହ୍ମପୁରରେ ଘଟିଥିବା ଦୁଇଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଗତ ପହିଲାରେ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମରେ ଘର ଲୋକଙ୍କ ଆକଟ ପରେ ଜଣେ ପ୍ରେମିକା ଦୂରେଇ ଯିବାରୁ ସଂପୃକ୍ତ ପ୍ରେମିକ ପ୍ରେମିକାର ଘର ଭିତରେ ପଶି ଭୟଙ୍କର କାଣ୍ଡ ଘଟାଇଛି। ତେବେ ଏହି ଘଟଣାର ଗୋଟିଏ ଦିନ ପରେ ପୁଣି ଏକ ଘଟଣା ଦେଖାଦେଇଛି। ଏକପାଖିଆ ପ୍ରେମରୁ  ଜଣେ ଯୁବକ ପ୍ରେମିକାକୁ ଭୟଙ୍କର ଭାବେ ଆକ୍ରମଣ କରିଛି। ଏଭଳି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଥିବା ବେଳେ ଏ ବାବଦରେ ପୋଲିସ ନିକଟରେ ଅଭିଯୋଗ ଦେବାକୁ କହିଛନ୍ତି ବ୍ରହ୍ମପୁର ଏସ୍‌ପି।

Advertisment

ଏକପାଖିଆ ପ୍ରେମ ସଂପର୍କକୁ ମନା କଲେ, ପରିଣାମ ଏତେ ଯେ ଭୟଙ୍କର ହୋଇପାରେ କୌଣସି ଯୁବତୀ କେବେ ଭାବି ନଥିବେ।  ଏକପାଖିଆ ପ୍ରେମ କରି ଜଣେ ଯୁବତୀଙ୍କୁ ଘର ଭିତରେ ପଶି ପ୍ରେମିକ ଜଣଙ୍କ ଛୁରାରେ କରିଛନ୍ତି ୫ରୁ ୬ଜାଗାରେ ଆକ୍ରମଣ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବତୀ ଜଣଙ୍କ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ନିମଖଣ୍ଡି ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ୬ଷ୍ଠ ଲେନ୍‌ରେ। ଯୁବତୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଏକ ଭଡ଼ାଘରେ ରହୁଥିଲେ।

ଗତ ୨ ତାରିଖରେ ସେ ଘରେ ଏକୁଟିଆ ଥିବା ଜାଣି ପ୍ରେମିକ ତଥା ଟାଉନଥାନା ବିଜିପୁରର ଜଣେ ଯୁବକ ତାକୁ ଅଚାନକ ଆକ୍ରମଣ କରିଥିଲେ।  ରାଗ ଏତେ ମାତ୍ରାରେ ଥିଲା ଯେ, ବେକ, ପିଠି, ହାତ, ପେଟ ସବୁଠି ଛୁରା ଭୁଷି ଫେରାର ହୋଇଯାଇଥିଲା ପ୍ରେମିକ। ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ପୂର୍ବରୁ ଉକ୍ତ ଯୁବତୀ ସେହି ପ୍ରେମିକର ପ୍ରେମ ନିବେଦନକୁ ମନା କରିଦେବା ଓ ତଦଜନିତ ଟଣାଓଟରାକୁ ନେଇ ସଦର ଥାନାରେ ମାମଲା ହୋଇଥିଲା। କିନ୍ତୁ ପ୍ରେମିକ ଚୁପ୍‌ ହେବା ପରିବର୍ତ୍ତେ ପ୍ରତିଆକ୍ରମଣ କରିଥିଲା।

Advertisment

ତେବେ ଏହି ଗୋଟିଏ ଘଟଣା ନୁହେଁ, ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର କରାପଲ୍ଳୀରେ ବି ଗତକାଲି ଦେଖାଦେଇଥିଲା ଠିକ୍‌ ଏଭଳି ଘଟଣା। ପରିବାରର ଆକଟ ପରେ ପ୍ରେମ ନିବେଦନକୁ ସ୍ୱୀକାର ନ କରିବାରୁ କରାପଲ୍ଲୀ ଅଂଚଳର ଜଣେ ନାବାଳିକାଙ୍କ ଘରେ ପଶି ଜଘନ୍ୟ କାଣ୍ଡ ଘଟାଇଥିଲା ଜଣେ ପ୍ରେମିକ ଓ ତାର ସାଥୀ। ପ୍ରଥମେ ପ୍ରେମକୁ ନେଇ ନାବାଳିକାଙ୍କୁ ଇମୋସନାଲ ବ୍ଲାକମେଲ୍‌ କରିବା ସହ ପରେ ଶାବଳରେ ଆକ୍ରମଣ କରିଥିଲା।

ସେତିକିରେ ସନ୍ତୁଷ୍ଟ ହୋଇନଥିଲା ଏହି ପିଶାଚ ପ୍ରେମିକ। ତାର ହାତ, ପିଠି ଓ ବିଭିନ୍ନ ସ୍ଥାନକୁ ବ୍ଲେଡରେ କାଟି ହତ୍ୟା କରିଥିଲା। ତେବେ ଏଭଳି ଘଟଣାକୁ ବ୍ରହ୍ମପୁର ଏସ୍‌ପି ବି ଗୁରୁତର ସହ ନେଇଛନ୍ତି। ଏଭଳି ଘଟଣାରେ କୌଣସି ଗଣ୍ଡଗୋଳ ହେଲେ ପୋଲିସରେ ଅଭିଯୋଗ କରିବାକୁ କହିଛନ୍ତି। ଫଳରେ ପୋଲିସ ପ୍ରତିଷେଧାତ୍ମକ କାର୍ଯ୍ୟାନୁଷ୍ଠାନ ନେବ। ଏଥିସହ କୌଣସି ଅଘଟଣ ଘଟିଲେ, ତତକ୍ଷଣାତ୍‌ ୧୧୨ନଂକୁ କଲ୍‌ କରି ପୋଲିସ ସହାୟତା ନେବାକୁ କହିଛନ୍ତି। ତେବେ ଦୁଇଟି ମାମଲାର ଗୁରୁତ୍ୱକୁ ଦେଖି ପାରିପାଶ୍ୱିକ ପ୍ରମାଣକୁ ସଠିକ୍‌ ଭାବେ ସଂଗ୍ରହ କରିବା ସହ ଆଗାମୀ ଦିନରେ କିଭଳି ଏହି ମାମଲାରେ ଦଣ୍ଡ  ମିଳିବ, ସେଥିପାଇଁ ପୋଲିସ ଚେଷ୍ଟା କରିବ ବୋଲି କହିଛନ୍ତି ଏସ୍‌ପି।

Attack One Sided Love Obsessive Lover
Advertisment
Advertisment