• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ଆସିପାରେ ବଡ଼ ସମସ୍ୟା !

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ । ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ, ଘାତ ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ବାର – ବୃଷ ସିଂହ ଓ କନ୍ୟା ।

Leo

ସିଂହ

Saturday 05 Aug 2023

ମଘା- ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ । ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ଖୁସି ରହିବେ ।

ପୂ- ଫାଲ୍‌ଗୁନୀ- ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ମାଲିମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି । ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ । କାର‌୍ୟ୍ୟରେ ଭାଗ୍ୟର ସହଯୋଗ ପାଇବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ ।

ଉ- ଫାଲ୍‌ଗୁନୀ- ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ । କାମରେ ନୂଆ ପ୍ରଦର୍ଶନ କରିବେ । ଧନ ପ୍ରାପ୍ତିର ଭଲ ଯୋଗ ରହିଛି । ମନରେ ନୂଆ ଆଶା ସୃଷ୍ଟି ହେବ, ଆପଣ ସକାରତ୍ମକ ରହିବେ ।

ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ