• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th August 2023: ଏହି ରାଶିର ବ୍ୟକ୍ତି ସାବଧାନ, ଆସିପାରେ ବଡ଼ ସମସ୍ୟା !

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ । ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ, ଘାତ ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ବାର – ବୃଷ ସିଂହ ଓ କନ୍ୟା ।

Virgo

କନ୍ୟା

Saturday 05 Aug 2023

ଉ- ଫାଲ୍‌ଗୁନୀ- କୃଷିଜୀବୀଙ୍କୁ ଲାଭ ମିଳିପାରେ । ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ । ବାପା, ମାଙ୍କର ପରାମର୍ଶ ନିଅନ୍ତୁ ଭଲ ହେବ । ଆପଣଙ୍କର ଆତ୍ମବିଶ୍ୱାସ ଦେଖି କର୍ତ୍ତୃପକ୍ଷ ଖୁସିହେବେ ।

ହସ୍ତା - ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । କିଛି ବିଶେଷ କାର୍ଯ୍ୟ ଅତି ଶିଘ୍ର ପୂରଣ ହେବ । କାହାରି ଆଗରେ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ ।

ଚିତ୍ରା- ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ । ସମାଜରେ ଯଶ ଖ୍ୟାତି ବଢ଼ିବ । ଲାଗି ରହିଥିବା ଚିନ୍ତା ସମାପ୍ତି ହେବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ