/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746269650.jpg)
ଭାରତ ତିଆରି କରିବ କୃତ୍ରିମ ସୂର୍ଯ୍ୟ
କୃତ୍ରିମ ସୂର୍ଯ୍ୟ ତିଆରି କରିବ ଭାରତ । ସେଠାରୁ ମିଳିବ ଅସରନ୍ତି ଶୁଦ୍ଧ ଶକ୍ତି ବା କ୍ଲିନ୍ ଏନର୍ଜି । ଏହାକୁ କୁହାଯାଉଛି- ଇଣ୍ଟରନ୍ୟାସନାଲ ଥର୍ମୋନ୍ୟୁକ୍ଲିଅର୍ ଏକ୍ସପେରିମେଣ୍ଟାଲ ରିଆକ୍ଟର ବା ITER । ଏହି ଅନ୍ତର୍ଜାତୀୟ ପ୍ରକଳ୍ପ ଫ୍ରାନ୍ସରେ ତିଆରି ହେଉଥିବା ବେଳେ ଆମେରିକା, ଚୀନ, ଜାପାନ, ରୁଷ, ୟୁରୋପୀୟ ସଂଘ ଓ ଭାରତ ଏହାର ସଦସ୍ୟ ଅଛନ୍ତି । ୩୦ଟି ଦେଶର ବୈଜ୍ଞାନିକ ଏହାକୁ ନିର୍ମାଣ କରିବାରେ ସହଯୋଗ କରୁଛନ୍ତି ।
ଅଧିକ ପଢ଼ନ୍ତୁ: AI ସାହାଯ୍ୟରେ ଜନ୍ମହେଲା ବିଶ୍ୱର ପ୍ରଥମ ଶିଶୁ ; ଜାଣନ୍ତୁ କେମିତି ?
ଏହି ରିଆକ୍ଟରରେ ଅତ୍ୟନ୍ତ ଶକ୍ତିଶାଳୀ ଚୁମ୍ବକୀୟ ଚ୍ୟାମ୍ବର୍ ଭିତରେ ନ୍ୟୁକ୍ଲିଅର୍ ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ଆଣବିକ ଶକ୍ତି ଉତ୍ପନ୍ନ କରାଯିବ । ଉଦଜାନର ଦୁଇଟି ଆଇସୋଟପ୍ ଡ୍ୟୁଟେରିଅମ୍ ଓ ଟ୍ରାଇଟିଅମ୍କୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ଦୁଇଟି ପରମାଣୁକୁ ହାଇସ୍ପିଡରେ ପରସ୍ପର ସହ ଧକ୍କା କରାଇ ଗୋଟିଏ ପରମାଣୁରେ ପରିଣତ କରିବା ପ୍ରକ୍ରିୟାକୁ ନ୍ୟୁକ୍ଲିଅର୍ ଫ୍ୟୁଜନ କୁହାଯାଏ । ସୂର୍ଯ୍ୟ ଓ ଅନ୍ୟ ନକ୍ଷତ୍ରରେ ଏହି ପ୍ରକ୍ରିୟାରେ ଶକ୍ତି ଉତ୍ପନ୍ନ ହୁଏ ।
ତେବେ ITER ପ୍ରକଳ୍ପରେ ପ୍ରଥମ ଥର ପାଇଁ କୃତ୍ରିମ ଉପାୟରେ ଏହାକୁ କରାଯିବା ପାଇଁ ଲକ୍ଷ୍ୟ ରହିଛି । ୧୫ କୋଟି ଡିଗ୍ରୀ ସେଲସିୟସ ବା ସୂର୍ଯ୍ୟର କେନ୍ଦ୍ରସ୍ଥଳ ଠାରୁ ୧୦ ଗୁଣ ଅଧିକ ଉତ୍ତାପରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ । ଭାରତ ଏଥିପାଇଁ ୯ଟି ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଯୋଗାଇ ଦେଉଛି । ୨୦୩୩ ସୁଦ୍ଧା ITER କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଗତ ଫେବୃଆରୀରେ ଫ୍ରାନ୍ସ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ ପରିଦର୍ଶନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)