• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି

ସୌର ଧନୁ ମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ । ଘାତବାର- ତୁଳା ଓ କୁମ୍ଭ ରାଶିର ।

Pisces

ମୀନ

Thursday 28 Dec 2023

ପୂ,ଭାଦ୍ରପଦ- ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରିପାରିବେ । ପନିପରିବା ଆଦି ବ୍ୟବସାୟରୁ ବେଶ୍ ଲାଭବାନ ହୋଇ ପାରିବେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।

ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ନିଜକାମ ପଛକୁ ପକାଇ ଅନ୍ୟମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ମନସ୍କାମନା ପୂର୍ଣ୍ଣ ହେବ । 

ରେବତୀ- ଚଳଚ୍ଚିତ୍ର ତଥା ମନୋରଞ୍ଜନରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ମିଠା, ହଳଦିଆ ଚାଉଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ