• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି

ସୌର ଧନୁ ମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ । ଘାତବାର- ତୁଳା ଓ କୁମ୍ଭ ରାଶିର ।

Libra

ତୁଳା

Thursday 28 Dec 2023

ଚିତ୍ରା- କାନ୍ଧ କିମ୍ବା ଗଣ୍ଠିରେ ଯନ୍ତ୍ରଣା ମଧ୍ୟ କଷ୍ଟ ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ ।

ସ୍ୱାତୀ- କୌଣସି ଅଭାବ ନ ଥାଇ ଅତୀତ ଘଟଣାର ସମୀକ୍ଷାଜନିତ ମନ ବିଷାଦଗ୍ରସ୍ଥ ହେବ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ବୃଦ୍ଧି ପାଇପାରେ।    

ବିଶାଖା- ମିଥ୍ୟାଭାଷଣରୁ ସମାଲୋଚିତ ହୋଇପାରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ମନୋବଳ ଟାଣ ରହିବ କିନ୍ତୁ ବିଳମ୍ବରେ କାର‌୍ୟ୍ୟସିଦ୍ଧି ଘଟିବ। ମନରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି।    

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬    

ପ୍ରତିକାର- ଶ୍ରୀ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରନ୍ତୁ