• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି

ସୌର ଧନୁ ମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ । ଘାତବାର- ତୁଳା ଓ କୁମ୍ଭ ରାଶିର ।

Cancer

କର୍କଟ

Thursday 28 Dec 2023

ପୁନର୍ବସୁ- ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ପ୍ରିୟ ଜନ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । 

ପୁଷ୍ୟା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।  ବିବାହିତ ଜୀବନରେ ପ୍ରେମ ଏବଂ ଆକର୍ଷଣର ପରିସ୍ଥିତି ଦେଖାଦେବ । ରାଜନୀତିରେ ବିରୋଧି ଦଳ ଫାଇଦା ଉଠାଇବେ । 

ଅଶ୍ଲେଷା- ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଜମିଜମା କାରବାର ସକାଶେ ଦିନଟି ବହୁତ ଭଲ ।

ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨    

ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରିବେ