• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Dec 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି

ସୌର ଧନୁ ମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ । ଘାତବାର- ତୁଳା ଓ କୁମ୍ଭ ରାଶିର ।

Virgo

କନ୍ୟା

Thursday 28 Dec 2023

ଉ,ଫଳଗୁନି- କୌଣସି ନିଷ୍ପତି ନେବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ଭାଇଙ୍କ ସହଯୋଗ ପାଇ ବ୍ୟବସାୟ ଆଗକୁ ବଢିବ । ପ୍ରବାସ ଯାତ୍ରାରେ ଲାଭବାନ୍ ହେବେ । 

ହସ୍ତା- ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । ଅନୁସନ୍ଧାନ ପ୍ରୋଜେକ୍ଟରେ କାମ କରୁଛନ୍ତି ତେବେ ଆପଣ ଭଲ କରିବାକୁ ସମର୍ଥ ହେବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ ।

ଚିତ୍ରା-  ଆୟ ଉପାର୍ଜନରେ ବାଧାସୃଷ୍ଟି ହୋଇପାରେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଯାନବାହାନର ନବୀକରଣ କରିବା ପାଇଁ ମନ ବଳେଇ ପାରନ୍ତି  ।

ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    

ପ୍ରତିକାର- ବୁଦ୍ଧ ଦେବଙ୍କର ବୀଜ ମନ୍ତ୍ର ଜପ କରନ୍ତୁ