ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ (ଅହୋରାତ୍ର) ତିଥି- ୭ମୀ ରାତ୍ରି ୦୧.୩୯ ଗତେ ୮ମୀ ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର) ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧.୩୯ ପର୍ଯ୍ୟନ୍ତ
ମଘା – ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି । କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବେ । ଦେହ ସୁସ୍ଥ ରହିବ ।
ପୂ , ଫାଲଗୁନୀ – ରାଜନୈତିକ ପରିସ୍ଥିତି ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ସରକାରୀ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।
ଉ ,ଫାଲଗୁନୀ –ମହିଳା ମାନେ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହୋଇପାରନ୍ତି । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ ।
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧