ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୧୩ଶୀ ଦିବା ୦୯.୪୩ ଗତେ ୧୪ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର ,ପୁଷ୍କର ଦୋଷ- ନାସ୍ତି ।
ପୂ,ଭାଦ୍ରପଦ- ଆପଣଙ୍କର ମାନସିକ ଚାପ କିଛି ପରିମାଣରେ ନିୟନ୍ତ୍ରଣରେ ରହିବ । କର୍ମକ୍ଷେତ୍ରରେ ଅଧିକ ଯତ୍ନବାନ ହେବାକୁ ପଡିବ। ଅବିବାହିତଙ୍କୁ ଯୁବକ ଯୁବତୀ ମାନଙ୍କୁ କୈାଣସି ସମାରୋହରେ ଜୀବନସାଥି ମିଳିପାରେ ।
ଉ,ଭାଦ୍ରପଦ- ଦାମ୍ପତ୍ୟ ଜୀବନରେ ଖୁସି ରହିବା ସହିତ ସାମଞସ୍ୟ ବଜାୟ ରହିବ। ନୂତନ ଭାବରେ ଭୂମି ବା ଗୃହ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ନିଜର ଜୀବନ ଶୈଳିରେ ପରିବର୍ତନ ଆଣି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।
ରେବତୀ- ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ ।
ପ୍ରତିକାର- ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩