ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୧୩ଶୀ ଦିବା ୦୯.୪୩ ଗତେ ୧୪ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର ,ପୁଷ୍କର ଦୋଷ- ନାସ୍ତି ।
ବିଶାଖା-ପୂର୍ବ ସମୟ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ କିନ୍ତୁ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରି ପାରନ୍ତି । ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ । ପିତା.ମାତାଙ୍କ ଆର୍ଶିବାଦ ସହ ଆପଣ ସବୁ କାର୍ୟ୍ୟ ସମ୍ପନ୍ନ କରିବେ
ଅନୁରାଧା- ବୈବାହିକ ଜୀବନରେ ଧୀରେ ଧୀରେ ଉନ୍ନତି ଆରମ୍ଭ ହେବ । ରାଜନିତି କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବେ ଦଳ ମଧ୍ୟରେ ଗୁରୁତ୍ୱ ବୃଦ୍ଧି ହେବ । ଭଲ ଖବରକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ।
ଜ୍ୟେଷ୍ଠା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ
ପ୍ରତିକାର – ହନୁମାନଙ୍କ ପୂଜା ସହ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯