• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ହେବ ବଡ଼ ଅନର୍ଥ

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ୧୧ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଦିବା ୦୧.୦୧ ଗତେ ତୁଳା । ତିଥି – ୫ମୀ ଦିବା ୦୯.୦୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ବୃଷ ଦିବା ୦୧.୦୧ ପର୍ଯ୍ୟନ୍ତ ଘାତ ବାର- ବୃଷ, ସିଂହ ଓ କନ୍ୟା

Scorpio

ବିଛା

Saturday 11 Feb 2023

ବିଶାଖା- ଶରୀରର ଯନ୍ତ୍ରଣା, ମୂତ୍ରାଶୟ ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆପଣଙ୍କୁ ହଇରାଣ କରିପାରେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।  କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ।

ଅନୁରାଧା-  ଧାତୁ ଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ । ଭାଇଭଉଣୀମାନେ ଆପଣଙ୍କ ସହିତ ରହିବେ । ପ୍ରେମ ବଢ଼ିବ ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । 

ଜ୍ୟୋଷ୍ଠା- ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ରାଜନେତାଙ୍କ ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ଜମିକୁ ନେଇ ଲାଗି ରହିଥିବା ମତାନ୍ତର ଦୂର ହୋଇଯିବ ।

ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ