Advertisment

India-Pakistan Conflict: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ 'ଅପରେସନ୍ ସିନ୍ଦୂର' ପୋଷ୍ଟର୍ ରିଲିଜ୍ କରି ହରଡଘଣାରେ ନିର୍ମାତା

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଫିଲ୍ମ "ଅପରେସନ୍ ସିନ୍ଦୂର" ଘୋଷଣା କରାଯାଇଛି। ନିକି ଭିକି ଭଗନାନୀ ଫିଲ୍ମସ୍ ଏବଂ ଦି କଣ୍ଟେଣ୍ଟ ଇଞ୍ଜିନିୟର ଆନୁଷ୍ଠାନିକ ଭାବରେ ଏହି ଫିଲ୍ମର ଘୋଷଣା କରିଛନ୍ତି। ଏହା ପରେ ଦେଖାଦେଇଛି ବିବାଦ।

author-image
Pramod Behera
ଅଦ୍ୟତନ ହୋଇଛି
Film operation sindoor first poster out

Film operation sindoor first poster out

‘ବର୍ଡର’ ଠାରୁ ‘ଉରି - ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ପର୍ଯ୍ୟନ୍ତ ସିନେମା ଶିଳ୍ପ ଅନେକ ଦେଶପ୍ରେମ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ନିର୍ମାଣ କରିଛି, ଯାହାକୁ ଲୋକଙ୍କଠାରୁ ଅପାର ପ୍ରେମ ମଧ୍ୟ ମିଳିଛି। ବର୍ତ୍ତମାନ ଭାରତ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେଉଛି।

Advertisment

ଏବେ ଏହି ପ୍ରସଙ୍ଗରେ ଫିଲ୍ମ "ଅପରେସନ୍ ସିନ୍ଦୂର" ଘୋଷଣା କରାଯାଇଛି। ନିକି ଭିକି ଭଗନାନୀ ଫିଲ୍ମସ୍ ଏବଂ ଦି କଣ୍ଟେଣ୍ଟ ଇଞ୍ଜିନିୟର ଆନୁଷ୍ଠାନିକ ଭାବରେ ଏହି ଫିଲ୍ମର ଘୋଷଣା କରିଛନ୍ତି, ଯାହା ଭାରତର ଅଚାନକ  ରଣନୀତିକ ପ୍ରତିକ୍ରିୟା ଉପରେ ଆଧାରିତ।

Advertisment

ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆସିଥିବା ଏହି ପୋଷ୍ଟରକୁ ଲୋକମାନେ କିନ୍ତୁ ପସନ୍ଦ କରୁ ନାହାନ୍ତି। ଫଳରେ ନିର୍ମାତା ନିଜର ନୀରବତା ଭାଙ୍ଗି ଟ୍ରୋଲର୍‌ଙ୍କୁ କ୍ଷମା ମାଗିଛନ୍ତି।

ଅଧିକ ପଢ଼ନ୍ତୁ:କିଛି ମୁସଲମାନଙ୍କ କାମ ପାଇଁ ମୁଁ ଲଜ୍ଜିତ, ଭାରତୀୟ ବନ୍ଧୁମାନେ ନିଜଠାରୁ ଆମକୁ ଅଲଗା କରନ୍ତୁ ନାହିଁ: ହିନା ଖାନ୍

ଏହି ଚଳଚ୍ଚିତ୍ରଟି ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସେହି ଅପରେସନ ନାଁ ଉପରେ ଆଧାରିତ। ଏହା ଦ୍ୱାରା ୬ ଏବଂ ୭ ମେ’ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍‌ କରାଯାଇଥିଲା ​​ଏବଂ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ନିର୍ମାତା ଫିଲ୍ମର ଘୋଷଣା ସହିତ ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି।

ପୋଷ୍ଟରରେ କ’ଣ ଅଛି:

'ଅପରେସନ୍ ସିନ୍ଦୂର'ର ପୋଷ୍ଟରରେ ଜଣେ ମହିଳା ସୈନିକଙ୍କ ଏକ ଦମଦାର ପ୍ରତିଛବି ଦେଖାଯାଇଛି, ଯିଏ ୟୁନିଫର୍ମ ପିନ୍ଧି ଠିଆ ହୋଇଛନ୍ତି ଏବଂ ତାଙ୍କ ମଥାରେ ସିନ୍ଦୁର ଲଗାଉଛନ୍ତି। ପୋଷ୍ଟରରେ ଯୁଦ୍ଧଗ୍ରସ୍ତ ପୃଷ୍ଠଭୂମି ରହିଛି ଯେଉଁଥିରେ ଟ୍ୟାଙ୍କ୍‌, କଣ୍ଟା ତାର ଏବଂ ଯୁଦ୍ଧ ବିମାନ ରହିଛି, ଯାହା ସାହସ, ତ୍ୟାଗ ଏବଂ ଦେଶପ୍ରେମର ବିଷୟବସ୍ତୁକୁ ଉଜାଗର କରୁଛି।

'ଅପରେସନ୍ ସିନ୍ଦୂର' ଶୀର୍ଷକ ବୋଲ୍ଡ ଅକ୍ଷରରେ ଦର୍ଶାଯାଇଛି, ଦ୍ୱିତୀୟ 'O' ସ୍ଥାନରେ ସିନ୍ଦୂର ଚିହ୍ନ ଦିଆଯାଇଛି ଏବଂ ତ୍ରିରଙ୍ଗା ରଙ୍ଗରେ 'ଭାରତ ମାତା କି ଜୟ' ଲେଖାଯାଇଛି।

ସୋସିଆଲ୍ ମିଡିଆରେ ଟ୍ରୋଲ୍:

ପୋଷ୍ଟର ଦେଖିବା ପରେ ଲୋକମାନେ କ୍ରୋଧରେ ଲାଲ ହୋଇଯାଇଛନ୍ତି। ଜଣେ ଲେଖିଛନ୍ତି - ତୁମକୁ ଲାଜ ଲାଗିବା ଦରକାର, ଯୁଦ୍ଧ ମଧ୍ୟରେ ଟଙ୍କା ରୋଜଗାର କରିବା ପାଇଁ ଏସବୁ...। ଆଉ ଜଣେ ଲେଖିଛନ୍ତି - ନିଜକୁ ଏବଂ ନିଜ ଦେଶକୁ ଉପହାସ କର ନାହିଁ। ଆଉ ଜଣେ ଲେଖିଛନ୍ତି - ଯୁଦ୍ଧ ଏବେ ବି ଚାଲିଛି ବନ୍ଧୁ।

ଅଧିକ ପଢ଼ନ୍ତୁ:ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁହଁ ଖୋଲୁ ନାହାନ୍ତି ଏହି ମହାନାୟକମାନେ

କ୍ଷମା ମାଗିଲେ ପ୍ରଯୋଜକ:

ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧ ଦେଖିବା ପରେ, ଫିଲ୍ମର ପ୍ରଯୋଜକ ନିକି ଭଗନାନୀ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଏକ ଲମ୍ବା ପୋଷ୍ଟ ଶେୟାର କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି – “ଭାରତୀୟ ସେନା ଦ୍ୱାରା ନିଆଯାଇଥିବା ସାହସିକ କାର୍ଯ୍ୟାନୁଷ୍ଠାନ 'ଅପରେସନ୍ ସିନ୍ଦୂର' ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଘୋଷଣା କରିଥିବାରୁ ମୁଁ କ୍ଷମା ମାଗୁଛି। ଆମର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ଦେବା ନ ଥିଲା। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ, ମୁଁ ଆମର ସୈନିକ ଏବଂ ନେତାମାନଙ୍କ ସାହସ, ତ୍ୟାଗ ଏବଂ ଶକ୍ତି ଦ୍ୱାରା ଅନୁପ୍ରାଣିତ ହୋଇଥିଲି ଏବଂ ଏହି ଦମଦାର କାହାଣୀକୁ ପରଦା ଉପରେ ଆଣିବାକୁ ନିଷ୍ପତ୍ତି ନେଇଥିଲି।”

ସେ ଆହୁରି ଲେଖିଛନ୍ତି, “ଏହି ପ୍ରୋଜେକ୍ଟ ପ୍ରସିଦ୍ଧି କିମ୍ବା ଟଙ୍କା ପାଇଁ ନୁହେଁ ବରଂ ସମ୍ମାନ ଏବଂ ପ୍ରେମ ପାଇଁ ତିଆରି କରାଯିବ। ମୁଁ ବୁଝିପାରୁଛି ଯେ ସମୟ ଏବଂ ସମ୍ବେଦନଶୀଳତା ଯୋଗୁଁ କିଛି ଲୋକ ଅସୁବିଧା କିମ୍ବା ଯନ୍ତ୍ରଣା ଅନୁଭବ କରିପାରନ୍ତି। ଏଥିପାଇଁ ମୁଁ ଗଭୀର ଦୁଃଖିତ। ଏହା କୌଣସି ଚଳଚ୍ଚିତ୍ର ନୁହେଁ। ଏହା ହେଉଛି ରାଷ୍ଟ୍ରର ଭାବନା ଏବଂ ବିଶ୍ୱ ସ୍ତରରେ ଦେଶର ସାମାଜିକ ପ୍ରତିଛବି।” ଏହା ସହିତ ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯିଏ ଦିନରାତି କାମ କରି ଲୋକଙ୍କୁ କହିଥିଲେ ଯେ 'ଦେଶ ସବୁଠାରୁ ପ୍ରଥମ’।

ତେବେ ଫିଲ୍ମର କଳାକାରଙ୍କ ନାଁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତଥାପି ଏହି ଫିଲ୍ମକୁ ଉତ୍ତମ ମାହେଶ୍ୱରୀ ନିର୍ଦ୍ଦେଶନା ଦେବେ ଏବଂ ଏହା ଏକ ରୋମାଞ୍ଚକର କାହାଣୀ ହେବାର ପ୍ରତିଶ୍ରୁତି ମିଳୁଛି।

ଅଧିକ ପଢ଼ନ୍ତୁ:ଯୁଦ୍ଧରେ କେହି ଜିତିପାରନ୍ତି ନାହିଁ; ନିର୍ଦ୍ଦୋଷ ଲୋକମାନେ ହିଁ ନିହତ ହୁଅନ୍ତି: ହିନା ଖାନ

Bollywood India Pakistan War India Pakistan News Operation Sindoor
Advertisment
Advertisment