• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ହେବ ବଡ଼ ଅନର୍ଥ

ସୌର ମକର ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ୧୧ ତାରିଖ ଶନିବାର । ଚନ୍ଦ୍ର – କନ୍ୟା ଦିବା ୦୧.୦୧ ଗତେ ତୁଳା । ତିଥି – ୫ମୀ ଦିବା ୦୯.୦୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ବୃଷ ଦିବା ୦୧.୦୧ ପର୍ଯ୍ୟନ୍ତ ଘାତ ବାର- ବୃଷ, ସିଂହ ଓ କନ୍ୟା

Aquarius

କୁମ୍ଭ

Saturday 11 Feb 2023

ଧନିଷ୍ଠା- ଭଲ ନିତ୍ୟକର୍ମ ଏବଂ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ ବଜାୟ ରଖିବାକୁ ପଡିବ । ବ୍ୟବସାୟରେ ସଫଳତା ପାଇବେ ଏବଂ କମ୍ ଅସୁବିଧା ଅନୁଭବ କରିବେ । କାର୍ଯ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ ।

ଶତଭିଷା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜୀବନ ସାଥି ଦୁହେଁ ପରସ୍ପର ପାଇଁ ସମୟ ବାହାର କରିବେ । ଯେକୌଣସି ପ୍ରକାରର ସମ୍ପତ୍ତି କ୍ରୟ କରିବା ଠାରୁ ଦୂରେଇ ରହିବ ।

ପୂ,  ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ ।

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ