Advertisment

Blackout Wedding Story: ବ୍ଲାକ ଆଉଟ୍‌ ବେଳେ ପଡ଼ିଲା ହାତଗଣ୍ଠି, ପଡ଼ୁଥିଲା ମିସାଇଲ୍‌ ହେଲା ବାହାଘର

ମାଟି ମା’ ଆଗରେ ସବୁ କିଛି ଯେମିତି ଏଠି ପଛ । ଆଗ ‘ଅପରେସନ୍‌ ସିନ୍ଦୂର’ ସଫଳ ହେଉ, ପରେ ହେବ ବିବାହର ମଉଜ । ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଅନ୍ୟପଟେ ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପଡ଼ୁଥିଲା ମିସାଇଲ୍‌, ପଡ଼ିଲା ହାତଗଣ୍ଠି

ପଡ଼ୁଥିଲା ମିସାଇଲ୍‌, ପଡ଼ିଲା ହାତଗଣ୍ଠି

ସବୁଆଡ଼େ କିଟିମିଟି ଅନ୍ଧାର । ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ରେ ବାହାଘର ଚାଲିଥିଲା । ଜୀବନ ସାଥୀର ହାତ ଧରିବା ବେଳେ ବାଜୁନଥିଲା ବାଜା କି ଫୁଟୁନଥିଲା ବାଣ । ରଙ୍ଗବେରଙ୍ଗର ଆଲୁଅ ବି ନଥିଲା । ଏ ଦମ୍ପତିଙ୍କ ବାହାଘର ବେଶ୍‌ ନିଆରା । ଏମାନଙ୍କ ବିବାହ ଆୟୋଜନରୁ ଆପଣ ପାଇବେ ଦେଶ ପ୍ରେମର ଗନ୍ଧ । ଗୁରୁବାର ରାତିରେ ଭାରତ ଓ ପାକିସ୍ତାନର ଆକାଶ ଗର୍ଜୁଥିଲା । ଗୁଳିଗୋଳା ଶବ୍ଦରେ ପୂରା ପରିବେଶ ପ୍ରକମ୍ପିତ ହେଉଥିଲା । ହେଲେ ଏହାରି ଭିତରେ ଏହି ଦମ୍ପତିଙ୍କ ହାତଗଣ୍ଠି ପଡ଼ିଛି । ଦୁହେଁ ଦୁହିଁଙ୍କ ପାଇଁ ପାଲଟିଛନ୍ତି ସାତ ଜନମର ସାଥୀ ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀ ଉପରେ ପାକିସ୍ତାନର ଆଖି; କଲା ମିସାଇଲ ଆଟାକ୍‌!

ମାଟି ମା’ ଆଗରେ ସବୁ କିଛି ଯେମିତି ଏଠି ପଛ । ଆଗ ‘ଅପରେସନ୍‌ ସିନ୍ଦୂର’ ସଫଳ ହେଉ, ପରେ ହେବ ବିବାହର ମଉଜ । ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଅନ୍ୟପଟେ ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ । ମନ ଭିତରେ ଭୟ ଥିଲେ ବି ସେନା ଉପରେ ଭରସା ରଖି ଏମାନେ ସରକାରଙ୍କ ନିୟମ ଅନୁସାରେ ନିଜର ବିବାହ ସମୟରେ ପରିବେଶକୁ ଅନ୍ଧାରରେ ରଖି ନିଜ ଜୀବନର ସାଥୀର ହାତ ଧରିଛନ୍ତି ।  

ରାଜସ୍ଥାନ ଯୋଧପୁରର ଏହି ଘଟଣା । ବିବାହ ଚାଲୁଥିବା ସମୟରେ ହଠାତ୍‌ ଆରମ୍ଭ ହୋଇଥିଲା ଯୁଦ୍ଧ ପରିସ୍ଥିତି । ଜମ୍ମୁର ଏୟାରପୋର୍ଟ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । ଏହା ପରେ ପରେ ରାଜସ୍ଥାନକୁ ବ୍ଲାକ୍ ଆଉଟ୍ ପାଇଁ ନିର୍ଦ୍ଦେଶ ଆସିଥିଲା । ଆଉ ତା’ ପରେ ସବୁ ଆଡ଼େ କେବଳ ଦେଖିବାକୁ ମିଳିଥିଲା କିଟିମିଟି ଅନ୍ଧାର । ତା’ରି ଭିତରେ ଏହି ନବ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବ୍ଲାକ୍ ଆଉଟ୍ ବେଳେ କନିଆଁ ମଥାରେ ସିନ୍ଦୂର ଦେଇଛି ବର । ଆଉ କରିନେଇଛନ୍ତି ସାତ ଜନମର ସାଥୀ । କନ୍ୟା ଜଣକ ବି ପାଇ ସାରିଛନ୍ତି ତାଙ୍କ ମନର ଦେବତାଙ୍କୁ ।

Advertisment

ବିବାହ ବେଳେ କେବଳ ମୋବାଇଲ୍‌ କ୍ୟାମେରା ଓ ଟର୍ଚ୍ଚର ବ୍ୟବହାର କରାଯାଇଥିଲା । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଉଭୟ ବର କନ୍ୟା ଓ ସେମାନଙ୍କ ପରିବାରକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି ।

ଅଧିକ ପଢ଼ନ୍ତୁ: ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

India Pakistan India Pakistan War Operation Sindoor
Advertisment
Advertisment