ଅପରେସନ ‘ସିନ୍ଦୂର’ ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସମିଟ୍ କରାଯାଇଛି । ଏହି ପ୍ରେସମିଟ୍ ପାକିସ୍ତାନର ମହାମିଛର ପର୍ଦ୍ଦାଫାସ କରିଛି ଭାରତ । କର୍ଣ୍ଣେଲ ସୋଫିଆ କ୍ୟୁରେସି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ ଓ ବୈଦେଶିକ ସଚିବ ବିକ୍ରିମ ମିଶ୍ରି ପ୍ରେସମିଟ୍ କରି ପାକ୍ର ମିଛର ପର୍ଦ୍ଦାଫାସ୍ କରିଥିଲେ । କର୍ଣ୍ଣେଲ ସୋଫିଆ କ୍ୟୁରେସି, ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ କହିଥିଲେ ଯେ, ପାକିସ୍ତାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରୁଛି । ପାକିସ୍ତାନର ଉଦ୍ଦେଶ୍ୟ ଓ ମାନସିକତା ଠିକ୍ ନାହିଁ । ପୂର୍ବ ପରି ଗତକାଲି ମଧ୍ୟ ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା ।
Also Read
ଅଧିକ ପଢ଼ନ୍ତୁ: ରାଜଧାନୀ ଉପରେ ପାକିସ୍ତାନର ଆଖି; କଲା ମିସାଇଲ ଆଟାକ୍!
ସେହିପରି ସେନା ପକ୍ଷରୁ ପ୍ରେସମିଟ୍ରେ କୁହାଯାଇଥିଲା ଯେ, ଭାରତ ପକ୍ଷରୁ ପାକିସ୍ତାନର ୪ଟି ଏୟାରବେସ୍କୁ ଧ୍ବଂସ କରାଯାଇଛି । ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି । ତେବେ ପାକ୍ର ପ୍ରତ୍ୟେକ ଆକ୍ରମଣକୁ ଆମେ ପ୍ରତିହତ କରୁଛୁ । ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରଚାରିତ କରିଛି । ସୀମାନ୍ତ ମେଡିକାଲ୍କୁ ବି ପାକିସ୍ତାନ ଟାର୍ଗେଟ୍ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା । ସେହିପରି ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର । ଆମର S-400 ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ଭାରତର ସମସ୍ତ ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଫଟୋ, ଭିଡିଓ ଦେଖାଇ ଭାରତ ପ୍ରମାଣ ଦେଇଛି ।
ଅନ୍ୟପକ୍ଷରେ ପାକିସ୍ତାନକୁ ମୁହଁତୋଡ ଜବାବ ଦିଆଯାଉଛି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସ୍ମିଟ୍ରେ କହିଛନ୍ତି । ସେ ଆହୁରି କହିଛନ୍ତି, ପାକିସ୍ତାନ ଯୁଦ୍ଧ ବିମାନ ବ୍ୟବହାର କରୁଛି । ଲଙ୍ଗ୍ ରେଞ୍ଜ୍ ମିସାଇଲରେ ପାକିସ୍ତାନ ଆକ୍ରମଣ କରୁଛି । ଜନବସତିକୁ ଟାର୍ଗେଟ୍ କରୁଛି ପାକିସ୍ତାନ ସେନା । LoC ନିକଟରେ ପାକ୍ ସେନା ପ୍ରସ୍ତୁତି ଚଳାଇଛି ବୋଲି ବିକ୍ରମ ମିଶ୍ରି କହିଛନ୍ତି ।
ସୂଚନା ଅନୁସାରେ, ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଗତକାଲି ରାତିରେ ଉଭୟ ପକ୍ଷରୁ ପ୍ରବଳ ଗୁଳି ବର୍ଷା ହୋଇଥିଲା । ଗତକାଲି ଅନ୍ଧାର ହେବା ମାତ୍ରେ ପାକିସ୍ତାନ ଭାରତ ଉପରକୁ ଘନ ଘନ ଡ୍ରୋନ୍ ଆଟାକ୍ କରିଥିଲା । କିନ୍ତୁ ପାକ୍ ଡ୍ରୋନ୍କୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଧ୍ୱଂସ କରି ଦେଇଥିଲା । ତେବେ ଏତିକିରେ ଅଟକି ନଥିଲା ପାକ୍ । ଶେଷରେ ଭାରତ ଉପରେ ମିସାଇଲ ମାଡ଼ କରିବାକୁ ପଛେଇ ନଥିଲା । ଦିଲ୍ଲୀକୁ ଲକ୍ଷ୍ୟ କରି ମିସାଇଲ୍ ଛାଡ଼ିଥିବା ସୂଚନା ମିଳିଥିଲା । ଫତେହ-୧ କ୍ଷେପଣାସ୍ତ୍ର ଦ୍ବାରା ପାକିସ୍ତାନ ଆକ୍ରମଣ କରିଥିଲା । କିନ୍ତୁ ଫତେହ-୧ କ୍ଷେପଣାସ୍ତ୍ରକୁ ଧ୍ବଂସ କରିଥିଲା ବାୟୁସେନା । ତେବେ ଏହାର ଜବାବରେ ଭାରତ ପାକ୍ ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଥିଲା । ପାକିସ୍ତାନ ୪ଟି ଏୟାରବେସ୍ରେ ଭାରତ ମିସାଇଲ ମାଡ଼ କରିଥିଲା ।