Advertisment

India Fuel Crisis Fear: ଇଣ୍ଡିଆନ ଅଏଲ ପାଖରେ ଗଚ୍ଛିତ ରହିଛି ତୈଳ: ହୁଅ ନାହିଁ ବିବ୍ରତ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବଜାରରେ ତୈଳ ସଙ୍କଟ ଆଶଙ୍କା କରି ପେଟ୍ରୋଲ ପମ୍ପରେ ଭିଡ ଲଗାଉଛନ୍ତି ଲୋକେ । ବିବ୍ରତ ନ ହେବାକୁ ପରାମର୍ଶ ଦେଇଛି ଆଇଓସିଏଲ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
IOCL assures public of fuel stocks

IOCL assures public of fuel stocks

ଇଣ୍ଡିଆନ ଅଏଲ ପାଖରେ ଗଚ୍ଛିତ ରହିଛି ତୈଳ । ବିବ୍ରତ ନ ହେବାକୁ ପରାମର୍ଶ ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ସମସ୍ତ ଷ୍ଟେସନରେ ମହଜୁଦ ରହିଛି ତୈଳ । ସାରା ଦେଶରେ ତୈଳ ଓ ଗ୍ୟାସ ଯଥେଷ୍ଟ ରହିଥିବା ବେଳେ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଛି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ଆଇଓସିଏଲ । ଯୁଦ୍ଧ ପରିସ୍ଥିତି କାରଣରୁ ଭାରତୀୟ ନାଗରିକଙ୍କ ମଧ୍ୟରେ ତୈଳ ଓ ଗ୍ୟାସକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଭୟଙ୍କର ଭାବେ ଯୁଦ୍ଧ ଆଗକୁ ବଢିଲେ ତୈଳ ନ ମିଳିବା ନେଇ ଗ୍ରାହକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଲୋକମାନେ ପେଟ୍ରୋଲ ପମ୍ପରେ ଭିଡ ଜମାଇଥିବା ଦେଖିବାକୁ ମିଳୁଛି । ବିଶେଷ କରି ପାକିସ୍ତାନର ସୀମାନ୍ତବର୍ତ୍ତୀ ଅଂଚଳ ହୋଇଥିବାରୁ ପଞ୍ଜାବରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ ଅଧିକ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛି ଆଇଓସିଏଲ । ଅନ୍ୟପଟେ ଶୁକ୍ରବାର ତୈଳ ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । କ୍ରୁଡ ଅଏଲ ବ୍ୟାରେଲ ପିଛା ୦.୩୫ ପ୍ରତିଶତ ବୃଦ୍ଧି ପାଇ ୬୦.୧୨ ଡଲାରରେ ପହଞ୍ଚିଛି । ତେବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ । 

Advertisment

ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

ଉଲ୍ଲେଖଯାଗ୍ୟ, ଏପ୍ରିଲ ୨୨ରେ ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିଲା । ଯାହା ପରେ ଭାରତ ଓ ପାକିସ୍ତାନର କୂଟନୈତିକ ସମ୍ପର୍କ ଛିନ୍ନ କରିଥିଲେ । ସେବେଠାରୁ ଉଭୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା ଏବଂ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଏଲଓସି ନିକଟରେ ଗୁଳିଚାଳନା କରୁଥିଲା । ଯାହାର ଦୃଢ ପ୍ରତିରୋଧ କରିଥିଲା ଭାରତ । ପାକିସ୍ତାନର ଗୁଳିବର୍ଷଣରେ ୧୬ ଭାରତୀୟଙ୍କ ଜୀବନ ଯାଇଥିଲା । ଅପରେସନ ସିନ୍ଦୂର ଅଧିନରେ ଭାରତ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ପ୍ରତିଶୋଧପରାୟଣ ହୋଇ ପାକିସ୍ତାନ ବାରମ୍ବାର ଭାରତର ନୀରିହ ଲୋକଙ୍କ ଉପରେ ଟାର୍ଗେଟ କରିବା ସହ ଭାରତର ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଚାହିଁଛି, ଯଦିଓ ପାକିସ୍ତାନ ତା ଯୋଜନାରେ ସଫଳ ହୋଇନାହିଁ । ତେବେ ସୁରକ୍ଷା ଦୃଷ୍ଟିରୁ ଦେଶର ସୀମା ନିକଟବର୍ତ୍ତୀ ରାଜ୍ୟ ଓ ଅଂଚଳରେ ବିମାନବନ୍ଦର ବନ୍ଦ ରହିବା ସହ ଉତ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଭାରତକୁ ବିଭିନ୍ନ ବିମାନବନ୍ଦରରୁ ବିମାନ ସେବା ବାତିଲ କରାଯାଇଛି । ଗତ କାଲି ପାକିସ୍ତାନ ମିସାଇଲ ଓ ଡ୍ରୋନ ଆକ୍ରମଣ କରିବା ପରେ ପଞ୍ଜାବର ପଠାନକୋଟ, ଅମୃତସର, ଜଲନ୍ଧର, ହୋସିଆରପୁର, ମୋହାଲି ଏବଂ ଚଣ୍ଡିଗଡରେ ବ୍ଲାକ ଆଉଟ କରାଯାଇଥିଲା । 
ଅଧିକ ପଢ଼ନ୍ତୁ: କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

Advertisment
IOCL Indian Oil Corporation Limited Operation Sindoor
Advertisment
Advertisment