Advertisment

India-Pakistan Conflict: ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁହଁ ଖୋଲୁ ନାହାନ୍ତି ଏହି ମହାନାୟକମାନେ

'ଅପରେସନ ସିନ୍ଦୂର' ଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ସଲମାନ ଖାନ କିଛି କହୁ ନାହାଁନ୍ତି। ଏହି କାରଣରୁ ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
India-Pakistan Conflict

India-Pakistan Conflict

ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରରେ କିଛି ଲେଖି ନାହାଁନ୍ତି। ଗତ ୧୫ ଦିନ ଧରି ସେ କେବଳ ଟ୍ୱିଟ୍ ନମ୍ବର ପକାଇ ପୋଷ୍ଟ କରୁଛନ୍ତି।

Advertisment

ସେହିପରି ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ମୁହଁ ଖୋଲୁ ନାହାନ୍ତି। 'ଅପରେସନ ସିନ୍ଦୂର' ଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ସେମାନେ କିଛି କହି ନାହାଁନ୍ତି। ଏହି କାରଣରୁ, ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି।

ଶାହରୁଖଙ୍କ ନୀରବତାକୁ ନିନ୍ଦା:

ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ସମ୍ପର୍କରେ ଶାହରୁଖ ଖାନ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ସୋସିଆଲ ମିଡିଆରେ ଅଭିନେତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅପରପକ୍ଷରେ, କିଛି ପାକିସ୍ତାନୀ ୟୁଜର ଶାହରୁଖ ଖାନଙ୍କ ନୀରବତାକୁ ପ୍ରଶଂସା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ:ପହଲଗାମ ଆକ୍ରମଣ ପରେ ଦୁଃଖରେ ସଲମାନ ଖାନ; ନେଲେ ଏହି ବଡ଼ ପଦକ୍ଷେପ

ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, “ଆପଣ ଏହି ରାଜନୀତିରେ ସାମିଲ ନ ହୋଇଥିବାରୁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ସମ୍ମାନ। ଆପଣଙ୍କ ପାକିସ୍ତାନୀ ପ୍ରଶଂସକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ନୀରବତା ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ଜଣେ ଭାରତୀୟ ୟୁଜର୍‌ ଲେଖିଛନ୍ତି, “ପହଲଗାମ ଏବଂ 'ଅପରେସନ ସିନ୍ଦୂର'କୁ ନେଇ ଆପଣଙ୍କଠାରୁ ନୀରବତା ଆଶା କରାଯାଉ ନଥିଲା।”

ଆଉ ଜଣେ ଲେଖିଛନ୍ତି - ଏହି ବ୍ୟକ୍ତି ମୋର ଏବଂ ସମଗ୍ର ଭାରତର ପ୍ରେରଣା, କିନ୍ତୁ ସେ ମିଶନ ସିନ୍ଦୂର ବିଷୟରେ କିଛି ପୋଷ୍ଟ କରି ନାହାଁନ୍ତି। ଲାଗୁଛି ଭାରତରେ ରହିବା ପରେ ମଧ୍ୟ ତାଙ୍କ ହୃଦୟ ପାକିସ୍ତାନୀ। ଆଉ ଜଣେ କମେଣ୍ଟ କରିଛନ୍ତି - ନିର୍ଲଜ୍ଜ ବ୍ୟକ୍ତି, ଭାରତ-ପାକିସ୍ତାନ ଯୁଦ୍ଧ ଉପରେ କିଛି କହୁ ନାହାଁନ୍ତି।

ସଲମାନ୍‌ ଖାନ୍‌ଙ୍କୁ ଟ୍ରୋଲ୍:

'ଅପରେସନ୍ ସିନ୍ଦୁର' ଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣକୁ ନେଇ କିଛି କହି ନଥିବାରୁ ସଲମାନ ଖାନଙ୍କୁ ମଧ୍ୟ ୟୁଜର୍ସମାନେ ଟ୍ରୋଲ୍ କରୁଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, - 'ଅପରେସନ୍ ସିନ୍ଦୂର???', ଚାଲନ୍ତୁ, ଅପରେସନ ସିନ୍ଦୂରର ଷ୍ଟୋରୀ ପୋଷ୍ଟ କରନ୍ତୁ। ଆଉ ଜଣେ ଲେଖିଛନ୍ତି - ସାହସ ଅଛି ତ, ପାକିସ୍ତାନ ବିରୋଧରେ କହିକି ଦେଖାଅ।

ବିଗ୍ ବି’ଙ୍କ ନୀରବତା:

ଅମିତାଭ ବଚ୍ଚନ ଗତ ୧୫ ଦିନ ଧରି ସୋସିଆଲ ମିଡିଆରେ ନୀରବ ରହିଛନ୍ତି। ସେ ପହଲଗାମ ଆକ୍ରମଣ ବିଷୟରେ କିମ୍ବା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଦ୍ୱାରା ହୋଇଥିବା ଆକ୍ରମଣ ବିଷୟରେ କିଛି କହି ନାହାନ୍ତି। ଏପରିକି ଗତକାଲି ରାତିରେ ପାକିସ୍ତାନ ଦ୍ୱାରା ଭାରତ ଉପରେ ହୋଇଥିବା ବିଫଳ ଆକ୍ରମଣ ଉପରେ ମଧ୍ୟ ସେ ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଛନ୍ତି।

ଅମିତାଭଙ୍କୁ ସମାଲୋଚନା:

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅମିତାଭ ବଚ୍ଚନଙ୍କୁ ସମାଲୋଚନା କରୁଛନ୍ତି। କେତେକ ତାଙ୍କର ମଜା ଉଡାଉଛନ୍ତି। ଏହା ଉପରେ ମତ ଦେଇ ଜଣେ ୟୁଜର ଅମିତାଭ ବଚ୍ଚନଙ୍କୁ ପଚାରିଛନ୍ତି - ଡାକ୍ତର କ’ଣ କହୁଛନ୍ତି, ଆପଣ କେବେ ସୁସ୍ଥ ହେବେ? ଆଉ ଜଣେ ୟୁଜର ଲେଖିଛନ୍ତି୍ - ଆଜି ବି କୌଣସି ଲଜ୍ଜା ନାହିଁ।

ଆଉ ଜଣେ ଅମିତାଭଙ୍କୁ ଥଟ୍ଟା କରି ଲେଖିଛନ୍ତି - ସେ ରେଖା ଜୀଙ୍କ ସହ କୋଡ୍ ମାଧ୍ୟମରେ କଥା ହେଉଛନ୍ତି। କାରଣ ଜୟା ଜି ତାଙ୍କୁ ମେସେଜିଂ କରୁଥିବାର ଧରିନେଲେ। ଆଉ ଜଣେ ଲେଖିଛନ୍ତି - ତାଙ୍କର ଅଲଗା ପ୍ରକାରର ଯୁଦ୍ଧ ଚାଲିଛି। ଆଉ ଜଣେ ଲେଖିଛନ୍ତି - ପ୍ରଥମେ କେହି ତାଙ୍କଠାରୁ ଫୋନ୍ ଛଡ଼ାଇ ନିଅନ୍ତୁ।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି – ସାର୍, ଦୟାକରି ଦେଶର ସେନା ପାଇଁ କିଛି କୁହନ୍ତୁ। ଆମ ସୈନିକମାନେ ଆମ ପାଇଁ ଲଢ଼ୁଛନ୍ତି।

ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା 'ଅପରେସନ୍ ସିନ୍ଦୂର' ଉପରେ ଅମିତାଭ ବଚ୍ଚନ ମଧ୍ୟ ନିଜର ନୀରବତା ଭାଙ୍ଗି ନାହାନ୍ତି। ଏହି କାରଣରୁ ୟୁଜର୍ସମାନେ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରୁଛନ୍ତି। ତେବେ ଏହି ବରିଷ୍ଠ ଅଭିନେତା କାହିଁକି ଏହି ନୀରବତା ବଜାୟ ରଖିଛନ୍ତି ଏହା ସେତେବେଳେ ଜଣା ପଡିବ ଯେତେବେଳେ ସେ କିଛି କହିବେ। ଏହାକୁ ହିଁ ତାଙ୍କ ପ୍ରଶଂସକ ଏବଂ ୟୁଜର୍ସମାନେ ଅପେକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ:ସୀମା ହାଇଦରଙ୍କୁ ପାକିସ୍ତାନ ପଠାଯିବା ଉଚିତ ନୁହେଁ, ସେ ଏବେ ଭାରତର ବୋହୂ: ରାଖୀ ସାୱନ୍ତ

Salman Khan Amitabh Bachchan Bollywood India Pakistan War India Pakistan News Shahrukh Khan
Advertisment
Advertisment