Advertisment

Jammu Drone Attack Incident: ଛାତ୍ର ବଖାଣିଲେ ଛାତିଥରା ଘଟଣା; କହିଲେ- ଦେଖିଛୁ ପାକିସ୍ତାନର ଆଟାକ୍

ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ କରାଯାଇଛି ବ୍ୟବସ୍ଥା। ଓଡ଼ିଆ ଛାତ୍ରମାନେ ଆଜି ସୁରକ୍ଷିତ ଭାବେ ଜମ୍ମୁରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। ସେମାନେ ବଖାଣିଛନ୍ତି ଗତକାଲି ରାତିର ଛାତିଥରା ଘଟଣାକୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
missile Attack

missile Attack

ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ କରାଯାଇଛି ବ୍ୟବସ୍ଥା। ଓଡ଼ିଆ ଛାତ୍ରମାନେ ଆଜି ସୁରକ୍ଷିତ ଭାବେ ଜମ୍ମୁରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି। ସେମାନେ ବଖାଣିଛନ୍ତି ଗତକାଲି ରାତିରେ ଛାତିଥରା ଘଟଣାକୁ। ଗତକାଲି ରାତି କିପରି ଭୟଙ୍କର ଶବ୍ଦରେ କମ୍ପିଥିଲା ଜମ୍ମୁର ଆକାଶ? କିପରି ଜମ୍ମୁ ଉପରେ ଡ୍ରୋନ ମାଡ଼ କରିଥିଲା ପାକିସ୍ତାନ? ଭାରତୀୟ ସେନା ଏହାକୁ କିପରି ଧ୍ବଂସ କରିଥିଲା ତାହାକୁ ସେମାନେ ନିଜ ଚକ୍ଷୁରେ ଦେଖିଥିଲେ। ସେହି କାଳରାତି ଛାତିଥରା ଘଟଣାକୁ କହିଛନ୍ତି ଛାତ୍ରମାନେ।

Advertisment

ଅଧିକ ପଢ଼ନ୍ତୁ: ଆଜି ହୋଇପାରେ ବଡ଼ ଆକ୍ସନ? ଚାଲିଛି ଘନ ଘନ ବୈଠକ

ଜଣେ ଛାତ୍ର କହିଛନ୍ତି, ଗତକାଲି ରାତିର ସ୍ଥିତି ଭୟାନକ ଥିଲା । ହଠାତ୍ ବହୁସରା ଡ୍ରୋନ ଆକଶରେ ଦେଖାଦେଇଥିଲା। ଏହାକୁ ଦେଖି ଡରିଯାଇଥିଲୁ। ଗତକାଲି ରାତିରେ ବହୁ ଫାୟାରିଂ ମଧ୍ୟ ହୋଇଥିଲା। ଆମେ କିପରି ଘରକୁ ଫେରିବୁ ଚିନ୍ତା କରୁଥିଲୁ । ପାକିସ୍ତାନର ଆକ୍ରମଣକୁ କେମିତି ପ୍ରତିହତ କରିଥିଲା ଭାରତ, ତାହା ଆମେ ନିଜ ଆଖିରେ ଦେଖିଛୁ । ଆମେ ଭୟଭୀତ ହୋଇପଡିଥିଲୁ । ମୋବାଇଲ୍ ନେଟୱର୍କ ମଧ୍ୟ ଠିକରେ କାମ କରୁନଥିଲା । ଘର ଲୋକମାନେ ଆମକୁ ମୋବାଇଲରେ ଯୋଗାଯୋଗ କରୁଥିଲେ । କିନ୍ତୁ ସବୁ ସମୟରେ ଆମ ମୋବାଇଲ୍ ଲାଗୁନଥିଲା । ତେଣୁ ଘର ଲୋକମାନେ ବହୁତ ଟେନସନରେ ଥିଲେ । କେହି କେହି ମନଦୁଃଖରେ କାନ୍ଦି ପକାଉଥିଲେ । ମାଆର କାନ୍ଦ ବହୁତ କଷ୍ଟ ଦେଇଥିଲା । ଆଜି ଆମେ ସୁରକ୍ଷିତ ଫେରୁଛୁ । ଖୁସି ଲାଗୁଛି ବୋଲି କହିଛନ୍ତି ଜଣେ ଛାତ୍ର । 

ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ନେଇ ଜମ୍ମୁ ସଂସ୍କୃତ ବିଶ୍ୱବିଦ୍ୟାଳୟ ଖାଲି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପିଲାମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ରାଜ୍ୟକୁ ପଠାଯାଉଛି । ଓଡ଼ିଶାରେ କିଛି ପିଲା ଜମ୍ମୁରୁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଏଥିପାଇଁ ଓଡ଼ିଶା ସରକାର ପକ୍ଷରୁ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏହି କଣ୍ଟ୍ରୋଲ ରୁମ୍ ଖୋଲିଯାଇଛି। ଏଥିପାଇଁ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ନମ୍ବର ଜାରି କରାଯାଇଛି। ସେହି ନମ୍ବର ହେଲା ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ

Jammu Kashmir Row Operation Sindoor Airstrike Pakistan
Advertisment
Advertisment