ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ହେଲେ ଦେବଦୂତ ସାଜି ରାଡାର୍ କଣ୍ଟ୍ରୋଲର୍ ୪୦୦ରୁ ଅଧିକ ଜୀବନ ବଞ୍ଚାଇ ଦେଇଛନ୍ତି। ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗାଲୁରୁର କେମ୍ପେଗ୍ୱାଡ଼ା ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। କାହିଁକି ଏଭଳି ଅଘଟଣ ଘଟିଲା, ତା’ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।
ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ ।
ଏ ଯୁବତୀ ଜଣକ କିଏ? କିଛିଦିନ ହେଲା ୟାଙ୍କ ଉନ୍ମତ୍ତ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସେ ନିଜେ ନିଶାରେ ଅଛନ୍ତି ଆଉ ପାଖକୁ କିଏ ଆସିଲେ ହାତକୁ କାଟି ଦେଉଛନ୍ତି। ସ୍ୱାମୀ ଓ ଶାଶୂଙ୍କ ଉପରେ ତାଙ୍କର ପ୍ରବଳ ରାଗ। ଜଣେ ଭଦ୍ରଲୋକ ଭିଡିଓ କରିବା ବାହାନାରେ ତାଙ୍କୁ ରାତି କାଟିବାରୁ ନିବୃତ୍ତ କରି ରଖିଥିଲେ।
ଆଶା ଟାହିଟାପରାର ଶିକାର ହେଉଛନ୍ତି । ଅଟ୍ଟହାସ୍ୟ ବି ନୀରବରେ ସହୁଛନ୍ତି । ତାଙ୍କ ହୃଦୟ ବଡ । କାରଣ ସେ ଚାହୁଁ ନାହାନ୍ତି ତାଙ୍କ ପରିବାରରେ ଅଶାନ୍ତି ହେଉ । ଏଇମିତି ଏକ ପାରିବାରିକ କାହାଣୀ ‘ଆଶା’ ଖୁବଶୀଘ୍ର ଆସୁଛି ତରଙ୍ଗ ଟିଭିରେ ।
ଭୋଟ୍ ଦେବା ବେଳେ ଅଧିକାରୀ କହିଥିଲେ ତୁମେ କାହିଁକି ଭୋଟ୍ ଦେବାକୁ ଆସିଲ? ତୁମ ପାଇଁ ଟେବୁଲ ଘୁଞ୍ଚାଇବାକୁ ପଡ଼ୁଛି, ବାଲାଟ୍ ପେପର୍ ତଳକୁ ନେବାକୁ ପଡ଼ୁଛି... ହାରି ନଥିଲି ସଂଘର୍ଷ କରିଥିଲି, ସେଇଥିପାଇଁ ସରକାର ଆଣିଥିଲେ ନୂଆ ଆଇନ୍
କୋକୋ ପକ୍ଷୀଟିଏ ହୋଇଥିଲେ ବି, ତା ପାଇଁ ଘରେ ପଞ୍ଜୁରୀ ନଥିଲା। ମଣିଷ ମାଆର ପ୍ରେମ-ପଞ୍ଜୁରୀରେ ସେ ବାନ୍ଧି ହୋଇ ରହିଥିଲା ସବୁଦିନ। ହେଲେ ହଠାତ୍ ସେମାନଙ୍କର ଏଇ ପ୍ରେମ କାହାଣୀରେ ଘୋଟିଗଲା ଦୁଃଖର କଳାବାଦଲ। ଏବେ ପ୍ରଶ୍ନ- ପ୍ରେମ ବଡ଼ ନା ଆଇନ୍? କୋକୋ ପୁଣି ତା ମଣିଷ ମାଆ ପାଖକୁ ଫେରିବ ତ?
ମୋ ବୋଉଲୋ ଏଇଠି ତିଆରି ହେଉଛି ସସ୍... ଏହେ... ଖାଲି ପୋକ ସାଲୁବାଲୁ ଲୋ... ଆମେ ଏଇଆଉ ପିଆଜି, ପକୁଡ଼ି, ବରାରେ ମଡ଼େଇ ଖାଉଥିଲେ... ଛି ଛି... ବାନ୍ତି ଆସିଲାଣି..
ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ ପୁଅ-ବୋହୂ ଓ ପରିବାର। ମୃତ୍ୟୁ ପରେ ଶବଦାହ କଲେନି ବରଂ ମେଡ଼ିକାଲ ଛାତ୍ରଙ୍କ ପଢା ପାଇଁ ଦାନ କରିଦେଲେ ମରଶରୀର...ମରିବା ପରେ ବି ଅମର ହୋଇ ରହିଲେ ନାରାୟଣ।
ସାଉଥ୍ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ।
ପିପିଲି: ମହାପ୍ରସାଦ ଛୁଇଁ ଶପଥ କରି କୁହ ତୁମେ ସଂଗଠନରେ ରହିବ, ଦଳକୁ ସମର୍ଥନ କରିବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏମିତି ଭାବରେ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବିଜେଡି ନେତା। ଭାଇରାଲ ହେଉଥିବା ଏହି ଭିଡିଓରେ ନଜର ଆସୁଛନ୍ତି ପୁରୀ ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ।
ଦଳରୁ ବିଦା ହେବା ପରେ ବି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ପ୍ରଶାନ୍ତ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ବିଜେପି ନେତ୍ରୀଙ୍କୁ ମାଡ଼ ମାରି ଦଳରୁ ବିଦା ହୋଇଥିଲେ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ହେଲେ ପ୍ରଶାନ୍ତ କିନ୍ତୁ ଦଳ ଛାଡ଼ି ନଥିଲେ । ପ୍ରଶାନ୍ତ ଯଥା ପୂର୍ବଂ ତଥା ପରଂ । ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି ।
୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଅହିରାଜ ସାପ ପଶି ଯାଇଥିଲା ।
ଭାରି ସୁଆଦିଆ ମାଣ୍ଡିଆ ଲଡ଼ୁ। ଏମିତି ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡ଼ୁ, ନିଜେ ଖାଇବା ସହ ସାହିପଡ଼ିଶା ଲୋକଙ୍କୁ ବି ଖୁଆନ୍ତୁ..
ମୋ ବୋଉଲୋ !! ପୁଷ୍ପକ ବିମାନରେ ବସି କୁଆଡ଼େ ବାହାରିଲେ କିରେ ନେତା? କରୋନା କାଳରେ ଏମାନେ କଣ ଢୋଲ ବାଜା ବଜାଇ ବାହାରିଲେଣି...ଏମାନେ ତ ଓମିକ୍ରନକୁ ବି ଦଳରେ ମିଶେଇ ଦେବେରେ ନାରଣ
ଦିନେ ପ୍ରସୂତି ବିଭାଗରେ ଡାକ୍ତରାଣୀ ଥିଲେ। ଭୃଣ ଚିହ୍ନଟକୁ ବିରୋଧ କରି ଡାକ୍ତର ଚାକିରି ଛାଡ଼ି IPS ହେବାର ସ୍ୱପ୍ନ ଦେଖିଲେ। କଠିନ ପରିଶ୍ରମ କରି ଏବେ IPS ଚାକିରି ବି କଲେ...ପୁରୁଣା ସ୍ମୃତିକୁ ମନେ ପକାଇ କୁହନ୍ତି ଝିଅ ହେଲେ ଲୋକଙ୍କ ମନ ଦୁଃଖ ଆଉ ପୁଅ ହେଲେ ଖୁସି, ଏ ଦୃଶ୍ୟ ଦେଖିଲେ ମତେ ଭାରି କଷ୍ଟ ଦିଏ...
କରୋନା ଟିକାକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଭ୍ୟାକ୍ସିନ ନେବା ପାଇଁ ବାଧ୍ୟ ନୁହନ୍ତି ଜନତା। ଏମିତିକି କରୋନା ଟିକାର ପ୍ରମାଣ ପତ୍ର କୌଣସି ସ୍ଥାନରେ ଦାଖଲ କରିବା ଜରୁରୀ ନୁହେଁ
ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ୪୦ ଲକ୍ଷ ଟଙ୍କା ଫେରାଇଦେଲେ ଏହି ଝିଅ । ବିବାହର ଆଠ ଦିନ ପରେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏକମୋ ଚିକିତ୍ସା କରିବାକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ଲୋକଙ୍କୁ । ପାଇଥିଲେ ଲୋକଙ୍କ ସହାୟତା । ସ୍ୱାମୀ ବଞ୍ଚିପାରିଲେନି ସିନା କିନ୍ତୁ ଲୋକଙ୍କ ସାହାଯ୍ୟକୁ ଭୁଲି ପାରିନାହାନ୍ତି ମୌସୁମୀ । ବଳିଥିବା ୪୦ ଲକ୍ଷ ଟଙ୍କାକୁ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଦାନ କରିଦେଲେ ।
ଏ ପରିସ୍ରାରେ ଏମିତି କଣ ରହିଛି? ଗୋଟିଏ କପ୍କୁ ୫ ହଜାର ଟଙ୍କାରେ ହେଉଛି ବିକ୍ରି....ପୁଣି ଚାହିଦା ଏତେ ରହିଛି ଯେ, ହଠାତ୍ ଖୋଜିଲେ ମିଳୁନି...ଜାଣନ୍ତୁ କାହିଁକି ଏହାର ଦାମ ରହିଛି ଏତେ ଅଧିକ?
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ହାତଗଣତି ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶୋଭାଯାତ୍ରା । ଖୋର୍ଦ୍ଧା ଜିଲ୍ଲା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍କୁ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ସୁଜିତ ବଳବନ୍ତରାୟ ।
ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।
ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
କରୋନା ସଂକ୍ରମଣ ଲଗାମ ଲାଗୁନି ଲଗାମ୍ । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।