କରୋନା ମାଡ଼ୁଛି, ଭୟ ବଢ଼ୁଛି । ରାଜ୍ୟରେ ଆଜି ୮ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫ ହଜାର ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।
ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ । ଭାରତୀୟ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱକୁ ପ୍ରଦର୍ଶନ କରିବା ଭଳି ପ୍ରସ୍ତୁତ ହେଉଛି ନୂଆ ଡିଜାଇନ୍ର ୟୁନିଫର୍ମ । ଆସନ୍ତା ଆର୍ମି ଡେ’ ଅର୍ଥାତ ଚଳିତ ମାସ ୧୫ ତାରିଖରେ ଏହି ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନାର ଯବାନ ।
ଯାଜପୁର କୋରେଇ ମେଡିକାଲ ପରିସରର ଏ ହେଉଛି ଦୃଶ୍ୟ.. ଶହ ଶହ କରୋନା କିଟ୍ ପୋଡିଦିଆଯାଉଛି.
ଆଜି ହେଉଛି ବୁଧବାର। ଆଜି ଆପଣଙ୍କ ଦିନଟି କେମିତି କଟିବ? ଆପଣଙ୍କ ଭାଗ୍ୟ ରେଖା କଣ କହୁଛି?
ଚଳିତ ଶିକ୍ଷାବର୍ଷ ପାଇଁ ଏମବିବିଏସ, ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଆରମ୍ଭ ହେଉଛି ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ
ସରିନି ଅଦିନିଆ ବର୍ଷା । ଆହୁରି ୨ ଦିନ ବର୍ଷିବ । ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୁର୍ଣ୍ଣ ବାୟୁ ପ୍ରଭାବରେ, କିଛି ଜିଲ୍ଲାରେ କୁଆପଥର ବର୍ଷା ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇ ଦିନ ଯାଏଁ ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା ଦେଇଛି ।
ବଲାଙ୍ଗିରରେ ପାନ ଦୋକାନ କରି ଫେନ୍ ହୋଇଛନ୍ତି ବାପ ପୁଅ। ଆସିଥିଲେ ରାୟପୁରରୁ, ରହିଲେ କଣ୍ଟାବାଞ୍ଜିରେ। ଦୀର୍ଘ ୫୦ ବର୍ଷ ଧରି ବ୍ୟବସାୟ କଲେ ପାନ। ଆଉ ଏବେ ତାଙ୍କ ପାନର ଦାମ୍ ୫ ହଜାର। ୨୦୦ ପ୍ରକାରର ପାନ ଭାଙ୍ଗନ୍ତି, ପଠାନ୍ତି ଥାଇଲାଣ୍ଡ୍ ଆଉ ବ୍ୟାଙ୍କକ୍। ପାନର ନାଁ ଫୋର୍ଥ ନାଇଟ୍, ଫାଷ୍ଟ୍ ନାଇଟ୍।
କୁତ୍ରିମ ସୂର୍ଯ୍ୟ ତିଆରି କରିଛି କି ଚୀନ? କାହିଁକି ଏମିତି ଦାବି କରୁଛି ଚାଇନା? ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା… ଭାରତୀୟ ପ୍ରାଚୀନ ଶାସ୍ତ୍ର ହେଉ ବା ଆଧୁନିକ ବିଜ୍ଞାନ ହେଉ, ସବୁଥିରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ,…
ଆମେ ଟଙ୍କା ନେଇଛୁ କିନ୍ତୁ ତୁମ ସ୍ତ୍ରୀକୁ ତ ନେଇନୁ...ଯାଉନ ଥାନାକୁ ସେମାନେ FIR ରଖିବେନି...ଆମେ କଂସାରୀ ଘରର ପାରା କୁଲା ଢାଉଁ ଢାଉଁ କଲେ ଆମର କଣ ହେବ? ଟଙ୍କା ଠକିବା ପରେ ଏମିତି କହିଲେ ସାଇବର ଲୁଟେରା
ମାୟା ମତେ ନା ଦେଇଛି ପରିଚୟ ବି ଦେଇଛି...ଜସମିନ୍ଠୁ ଅଧିକ ଲୋକ ରୁଦ୍ରି ନାରେ ମତେ ଜାଣନ୍ତି ବୋଲି କହିଲେ ଅଭିନେତ୍ରୀ...
ଆପଣଙ୍କ ଆଧାର କାର୍ଡ଼ର ଆଉ କିଏ ଅପବ୍ୟବହାର କରୁଛନ୍ତି କି? ନିଜ ଆଧାର କାର୍ଡ଼ ଅସଲି ନା ନକଲି? ଏହି ଗୋଟିଏ କାମ କଲେ ଘରେ ବସି ଜାଣିପାରିବେ ନିଜର ଆଧାର କାର୍ଡ଼ର ସବୁ ତଥ୍ୟ...
ଭାଇ ୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି...ଭାରି ବିରକ୍ତ ଲାଗିଲାଣି, କରୋନା ନିୟମ ମୁଁ ମାନେ ଯେ ଏବେ ଟିକେ...ଏମିତି କଣ କହୁଛନ୍ତି ସପ୍ଲାଏ ଇନିସ୍ପେକ୍ଟର ମାଡମ୍ରେ ନାରଣ?
ଏତେ ବଡ଼ ଘରର ମରାମତି ପାଇଁ ସରକାର ଦେଲେ ୩ ହଜାର!! ମରାମତି ପାଇଁ ୩୦ ହଜାର ଜିନିଷ ଲାଗିବ ମିସ୍ତ୍ରୀ କହିବାରୁ ଥାନାରେ କେସ୍ କରିବେ ବୋଲି କହିଲେ ମାଲିକ...ଏହାପରେ ହେଲା କ’ଣ?
କେତେବେଳେ ରୋମାନ୍ସ ତ ପୁଣି କେତେବେଳେ କମେଡ଼ି...ନିଜର ଅଭିନୟରେ ଦର୍ଶକଙ୍କ ମୁହଁ ନୁହେଁ ମନ ବାନ୍ଧୁଥିଲେ ଓଡ଼ିଆ ସିନେଜଗତର ଭେଟେରାନ ଲିଡର୍ ମିହିର ଦାସ...ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତ ହୃଦୟରେ କିଣିଥିଲେ ଜାଗା...କିନ୍ତୁ ଦୁଃଖର ସାଗରରେ ସମସ୍ତଙ୍କୁ ଛାଡିଦେଇଗଲେ ସେ....
ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ ।
କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।
ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ବଲାଙ୍ଗିର, ସୋନପୁର, ନୂଆପଡ଼ା, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ କୂଳ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ଭିଡ୍ ଭୟାବହତା ଭିତରେ ହେବ ପଞ୍ଚାୟତ ଭୋଟ୍ । ସଂକ୍ରମଣର ସାଂଘାତିକ ସ୍ଥିତି ଦେଖି ଆସିଛି ଗାଇଡ୍ଲାଇନ୍ । କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଣିଥିବା ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ବି ଆଣିଛନ୍ତି ପଞ୍ଚାୟତ ଇଲେକ୍ସନ ଗାଇଡଲାଇନ୍ ।
ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC । କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ।ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା ।
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍। ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ନିର୍ବାଚନ ପ୍ରଚାରରେ ପଦଯାତ୍ରା ମନା, ପଥପ୍ରାନ୍ତ ନାଟକ ମନା, ରାଲି ମନା, ଏମିତିକି ସାଇକେଲ ବି ବ୍ୟବହାର କରାଯାଇ ପାରିବ ନାହିଁ। ଦେଖନ୍ତୁ ବଡ଼ ଖବର।
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି..
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଉଛନ୍ତି.