ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।
Published: Pallipuspa Samal
Last updated: 06 March 2022, 12:06 PM IST
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ । ହେଲେ ଯେଉଁ ଦରରେ ବିଲାତି ବିକ୍ରି ହେଉଛି, ଲାଭ ତ ଦୂରର କଥା, ଖର୍ଚ୍ଚ ମଧ୍ୟ ଉଠିବନି