ଭିଡ୍ ଭୟାବହତା ଭିତରେ ହେବ ପଞ୍ଚାୟତ ଭୋଟ୍ । ସଂକ୍ରମଣର ସାଂଘାତିକ ସ୍ଥିତି ଦେଖି ଆସିଛି ଗାଇଡ୍ଲାଇନ୍ । କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଣିଥିବା ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ବି ଆଣିଛନ୍ତି ପଞ୍ଚାୟତ ଇଲେକ୍ସନ ଗାଇଡଲାଇନ୍ ।
ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC । କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ।ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା ।
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍। ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ନିର୍ବାଚନ ପ୍ରଚାରରେ ପଦଯାତ୍ରା ମନା, ପଥପ୍ରାନ୍ତ ନାଟକ ମନା, ରାଲି ମନା, ଏମିତିକି ସାଇକେଲ ବି ବ୍ୟବହାର କରାଯାଇ ପାରିବ ନାହିଁ। ଦେଖନ୍ତୁ ବଡ଼ ଖବର।
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି..
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଉଛନ୍ତି.
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। କାରଣ ଏହି ୨ଟି ସ୍ଥାନରୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।
ହୁ ହୁ ବଢ଼ିଚାଲିଛି କରୋନା ସଂକ୍ରମଣ.. ଆଜି ଏକାବେଳେ ୨ହଜାରରୁ ଅଧିକ ସଂକ୍ରମଣ ବୃଦ୍ଧି ପାଇଛି ରାଜ୍ୟର କରୋନା ସଂକ୍ରମଣ ଅପଡେଟ୍ ଜାଣନ୍ତୁ..
ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି।
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।
ଅସମ୍ଭାଳ ହେଲାଣି ସ୍ଥିତି। ଦେଶରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍
ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ କୃଷ୍ଣସିଂହ ମାଝୀଙ୍କ ସୂଚନା ଦେଇଛନ୍ତି। ରାତିରେ ଶୋଇଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ହୋଇଛି।
କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁସୋନୁ ସୁଦଙ୍କ ଭଉଣୀ ଭଉଣୀ ମାଲବିକା ସୁଦ
ବ୍ରହ୍ମପୁରରେ ଜଣେ ପୂର୍ବତନ ସେନା ଯବାନ ସୀମାଞ୍ଚଳ ବାରିକଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଛି ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହେଲେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ
ଆମ ମାଉସୀଙ୍କ ନାଁ ହରସ ମାଉସୀ। ମାଉସୀ ଏ ବୟସରେ ବି ପୂରା ଚାଙ୍ଗା ଅଛନ୍ତି। ପିଠୋଉ ବଟାବଟି କରି ମୂଳାପତ୍ର ଆଉ ନଡ଼ିଆ କୋରା ପକା ପିଠା ତିଆରୁଛନ୍ତି ମାଉସୀ। ପୂରା ଖାଣ୍ଟି ଗାଉଁଲି ଢଙ୍ଗରେ ଆଜି ପିଠା ନେଉଟେଇବେ। ଚଲାନ୍ତୁ ଦେଖିବା ଆଉ ଟିକେ ଚାଖିବା।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।
ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ ହୋଇଛନ୍ତି ରମେଶ ସାହୁ ନାମକ ଏହି ବ୍ୟକ୍ତି ଜଣକ।
କଂଗ୍ରେସ ଯେଉଁ ଡାଳ ଧରୁଛି ସେ ଡାଳ ଛିଡ଼ୁଛି। ଯେତେ ଯାହା କଲେ ବି ଜମାରୁ କ୍ରେଜ୍ ବଢ଼ୁନି ବରଂ କଚଡ଼ା ଖାଉଛି। ଦେଖୁନ କି ଅବସ୍ଥା ହେଲାଣି... ନାରଣରେ ଟିକେ ହାଉଲେ...
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?
ଲୋକପ୍ରିୟ ମନୋରଞ୍ଜନ ଟିଭି ଚ୍ୟାନେଲ୍ ତରଙ୍ଗରେ ଆରମ୍ଭ ହୋଇଛି ନୂଆ ଧାରାବାହିକ ପ୍ରେମର କୁହୁକ... ଚାଲନ୍ତୁ ଦେଖିବା ଏହାର ଏକ ସୁନ୍ଦର ଗୀତ।
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।
ନିର୍ବାଚନ ପୂର୍ବରୁ କହିଥିଲେ, ସବୁ କରିଦେବୁ। ବିଲକୁ ପାଣି ଦେବୁ, ଦାଣ୍ଡ ଢଲେଇ କରିଦେବୁ, ରାତିରେ ବିଜୁଳି ଲଗେଇ ଦେବୁ। ହେଲେ ଏ ସରକାର ଗୋଟେ ଠକ ସରକାର। ପ୍ରତିଶ୍ରୁତି ସବୁ ମିଛ ଧୂଆଁବାଣ
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୧ ତାରିଖ, ମଙ୍ଗଳବାର, ଧନୁ ୨୭ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...